ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମହିମା ସମ୍ବଳିତ ତତ୍ତ୍ୱ ଓ ତଥ୍ୟ ପରିବେଷଣ କରୁ କରୁ ମନରେ ଆସିଲା ପ୍ରଭୁଙ୍କର ପୂଜା ପଦ୍ଧତି କିଛି ଜାଣିବା ଆବଶ୍ୟକ। କାରଣ ନାନା ମୁନିଙ୍କ ନାନା ମତ ପରି ପୃଥିବୀର କୋଣ ଅନୁକୋଣରେ ଶ୍ରୀଜଗନ୍ନାଥଙ୍କ ଉପାସନା ହେଉଥିଲେ ମଧ୍ଯ ପୂଜା ପଦ୍ଧତି ଭିନ୍ନ ଭିନ୍ନ ଭାବରେ ପାଳିତ ହେଉଛି । ଅନେକ ଗବେଷଣା ପରେ ଗବେଷକମାନଙ୍କ ମତ ହେଲା ଶ୍ରୀଜଗନ୍ନାଥଙ୍କ ପୂଜା, ନୀତି, ସେବା, ତଥା ବିଧି ବିଧାନ ମୁଖ୍ୟତଃ “ପାଞ୍ଚରାତ୍ର ” ଆଗମ ଧାରାରେ ହୋଇଥାଏ। ଏହି ଧାରା ଆଧାରିତ “ଗୋପାଳାଚ୍ଚର୍ଣ ପୂଜାପଦ୍ଧତି “,” ନୀଳାଦ୍ରି ମହୋଦୟ “, ଓ ବାମଦେବ ସଂହିତା “ଗ୍ରନ୍ଥକୁ ଶ୍ରୀଜଗନ୍ନାଥଙ୍କ ସେଵା ପୂଜାର ମୂଖ୍ୟ ଆଧାର ଭାବେ ଶ୍ରୀମନ୍ଦିର ରେ ଗୃହିତ ହୋଇଛି । କେଉଁ ପ୍ରାଗ ଐତିହାସିକ କାଳରୁ ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳା ପ୍ରକାଶକାରୀ ବର୍ତ୍ତମାନ ପୂଜିତ ଦାରୁ ବିଗ୍ରହ, ଯାହା ଦାରୁବ୍ରହ୍ମ ଭାବରେ ପରିଚିତ ତାଙ୍କର ସେବା ପୂଜାର ସୁବନ୍ଦୋବସ୍ତ ହୋଇଛି. ପ୍ରକାଶ ଥାଉକି ଏହି ପୂଜା ପଦ୍ଧତି ଅନ୍ୟ ଦେବାଦେବୀଙ୍କ ପୂଜା ବିଧାନଠାରୁ ସମ୍ପୂର୍ଣ୍ଣ ଅଲଗା। କାରଣ ଶ୍ରୀଜଗନ୍ନାଥଙ୍କ ପୂଜା ନୀତି ବିଶେଷ ଭାବରେ ସ୍ମାର୍ତ୍ତ ପୂଜା ପଦ୍ଧତିର ଅନୁସରଣରେ ହୋଇଥାଏ। ବିଷ୍ଣୁ ଉପାସନାର ଦୁଇଟି ଆଗାମୀ ଧାରା ହେଉଛି ବୈଖାନସ, ଓ ପାଞ୍ଚରାତ୍ର ଧାରା। ଆମେ ଆଗରୁ ଆଲୋଚନା କରିଥିଲେ ଯେ ପାଞ୍ଚରାତ୍ର ଆଗମ ଧାରା ବର୍ତ୍ତମାନ ଶ୍ରୀମନ୍ଦିରରେ ପ୍ରଚଳିତ ପୂଜା ସେବା ନୀତିରେ ଅନୁସୃତ ହେଉଛି। ଧିରେ ଧିରେ ଆମେ ପୂଜା, ସେବା ଓ ନୀତି ପାଇଁ ଅନୁସୃତ ପଦ୍ଧତି, ଉଚ୍ଚାରିତ ମନ୍ତ୍ର ଆଦିର ଆଲୋଚନା କରିବା, ଏହା ଏକ କଷ୍ଟସାଧ୍ୟ୍ୟ ବ୍ୟାପାର ହୋଇପlରେ । କିନ୍ତୁ ପ୍ରଭୁଙ୍କର ଆଶୀଷ ନେଇ ଓ ଆପଣମାନଙ୍କ ଆଗ୍ରହକୁ ପୁଞ୍ଜି କାରି ଏହି ନୂତନ ଧାରା ଜାରିରଖିବାର ପ୍ରୟାସ କରିବି। ଏବେ କିନ୍ତୁ ସମୟ ଆରାଧନା ଓ ଭାଗବତ ପଠନର ।
ସମ୍ପଦ ନୁହଁଇ ନିଶ୍ଚଳ
ଯେସନେ ସମୁଦ୍ର ଉଲ୍ଲେlଲ ।
ଦୁଃଖ ବିନlଶେ ସୁଖ ଅର୍ଥେ
ପ୍ରାଣୀ ଭ୍ରମଇ ଏ ଜଗତେ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )