Latest Odisha News

ଭାଷା ଭାଗବତ : ଭିତ୍ତିଭାଷା ସଂସ୍କୃତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

 

ଆମ ଭିତ୍ତିଭାଷା ସଂସ୍କୃତ

ନ ହେଲେ ଏବେ ଉପେକ୍ଷିତ

ଦେଶୀୟ ଭାଷାବଳି ରକ୍ଷା

କରିବା ପାଇଁ ନୂଆ ଶିକ୍ଷା

 

ନିମଂତେ ଅଲୋଡ଼ା ପ୍ରତୀକ୍ଷା

କରିବା ଏବେ ହିଁ ପରୀକ୍ଷା

ଏବେ ହିଁ ନିଷ୍ପକ୍ଷ ସମୀକ୍ଷା

କରି, ନେବାକୁ ହେବ ଦୀକ୍ଷା

 

ସଂସ୍କୃତ ଶବ୍ଦର ଭଂଡାର

ଉପରେ ସର୍ବ ଅଧିକାର

ରହିଛି ଆଉ ରହିଥାଉ

ସେ ସବୁ ଉପକାରୀ ହେଉ

 

ଜ୍ଞାନ ବିଜ୍ଞାନ ଚର୍ଚା ପାଇଁ

ସଭିଏଁ ସଂସ୍କୃତରୁ ନେଇ

କରଂତି ସ୍ବଭାଷା ସମୃଦ୍ଧ

ତାହା ତ ସମୂହ ସଂପଦ

 

ଦେଶଜ ଯେତେ ଶବ୍ଦାବଳି

ଭାବ ପ୍ରକାଶ ପାଇଁ ଚଳି

ହୁଅଂତି ନିତ୍ୟ ବ୍ୟବହୃତ

ଉଭୟ କଥିତ, ଲିଖିତ

 

କେଉଁ କାମରେ କେଉଁ ଶବ୍ଦ

ଲାଗିଲେ ହେବନି ଅବୋଧ୍ୟ

ତାହା ନ କରେ ଯିଏ ସ୍ଥିର

ଦେଖାଏ ଶବ୍ଦ ଆଡ଼ଂବର

 

ବିବିଧ ଜ୍ଞାନ ଓ ତତ୍ତ୍ବର

ସଂସ୍କୃତ ଅଟେ ଗଂତାଘର

ତାହାକୁ ନ କଲେ ଆଦର

ସଭିଏଁ ହୋଇବା ଦରିଦ୍ର

 

କିଂତୁ ବିଦ୍ବତ୍ତା ପ୍ରଦର୍ଶନ

ନ କଲେ ଦେଶୀ ଭାଷାମାନ

ହୋଇପାରିବେ ଭାବବାହୀ

ଦୀର୍ଘକାଳ ପାରିବେ ରହି

 

Leave A Reply

Your email address will not be published.