Latest Odisha News

BREAKING NEWS

ଭାଷା ଭାଗବତ : ବିଧିନିର୍ଦିଷ୍ଟ କାର୍ଯ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ

ଦେହରୁ ପ୍ରାଣର ବିଦାୟ

ପରେ ଆରଂଭ ହୁଏ କ୍ଷୟ

ଏହା ବିଧିନିର୍ଦିଷ୍ଟ କାର୍ଯ

ସଂସାରେ ଅଟେ ଅନିବାର୍ଯ

 

ଖୋଜିଲେ ମୃତ୍ୟୁର କାରଣ

କରିହୁଏନି ନିବାରଣ

ଯାହା ଏପରି ସୁନିଶ୍ଚିତ

ତା ପାଇଁ ନ ହେଲେ ଚିଂତିତ

 

ଯେ କେହି ସୁଖେ ପାରେ ଜିଇଁ

ଖଟୁଥାଏ ସଂସାର ପାଇଁ

କିଛି ନ ନେଇ, ସବୁ ଦେଇ

ଦିନେ ନିଷ୍ପ୍ରାଣ ହୋଇଯାଇ

 

ଯାହା ଆମର ପରିଣତି

ତା ପାଇଁ ମନେ ପୋଷି ଭୀତି

କରେ ଯେ ଅବିରତ କ୍ଷତି

ହୋଇଥାଏ ଅସ୍ଥିରମତି

 

ସାହି ଗଳିରେ ଏତେ ହିଂସା

ଯୋଗୁଁ ଅଧିକ ମିଳାମିଶା

ହେଉନି ଆଉ ଆଗ ପରି

ସୌହାର୍ଦ ଯାଇଅଛି ସରି

 

ଦେଖିଲା କ୍ଷଣି ଆଖି ଲାଖି

ଶିଖିଲା ପରେ ମନ ଲାଖି

ଲାଗିଲା ସଂସାରର ଲାଗି

ହୋଇଲା ଜୀବନ ସରାଗୀ

 

ପ୍ରଫୁଲ୍ଲ କୁମାର ତ୍ରିପାଠୀ

Comments are closed.