Latest Odisha News

BREAKING NEWS

ଭାଷା ଭାଗବତ : ଭଜନ ନିରଂତର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ

ବନରେ ଗଛଟିଏ ହୋଇ
ମୁଁ ନିଜେ ପାରିବି କି ରହି ?
ଦିଅଂତି, ପାଆଂତି ଆନଂଦ
ରହଂତାନାହିଁ ଦ୍ବିଧା, ଦ୍ବଂଦ୍ବ

ଏଠାରେ ସରିଲେ ଜୀବନ
ହେ ପ୍ରଭୁ! ବାଛି ତପୋବନ
ମୋତେ କରିବ ଗୋଟେ ଗଛ
ମୋର ଏ ଇଚ୍ଛା ନୁହେ ମିଛ

ମହାବନରେ ବୃକ୍ଷମାନ
ଦିଶଂତି ତପସ୍ବୀ ସମାନ
ଦେଖିଛି ମୋ ଦୁଇ ନୟନ
ନୁହେ କଳ୍ପନା ଅନୁମାନ

କରିଲେ ପ୍ରାର୍ଥନା ସ୍ବୀକାର
ମୁଁ ହେବି କୃତଜ୍ଞ ତୁମର
କରିଚାଲିବି ଗୁଣଗାନ
ମୋ ଡାଳେ ବାଜିଲେ ପବନ

ଏହି ଭଜନ ନିରଂତର
ମନକୁ ଭେଦିବ ତୁମର

Comments are closed.