ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ତଦୂର୍ଦ୍ଧ୍ବ କି ତହିଁରୁ ବେଶି?
ଲେଖିଲେ ଆମେ ପାଉଁ ଖୁସି
ତାହାକୁ ହେବନାହିଁ ନାଶି
କିପାଇଁ ହେଉନୁ ସାହସୀ ?
ଯାହା ଲୋକେ ପାରଂତି ବୁଝି
ତାହା ଲେଖିବା ପାଇଁ ରାଜି
ହୁଅଂତୁ କବି ଓ ଲେଖକ
ରଖଂତୁ ସ୍ବଭାଷାର ଟେକ
ବୁଝିହେଉନି ଆଡ଼ଂବର
ଏ ଲେଖକୀୟ ଅହଂକାର
କରିଛି ମନ ମଧ୍ୟେ ଘର
ଘଟୁନି କେବେ ବି ସଂହାର
ଯାହା କେ ପାରଂତିନି ବୁଝି
‘ସାହିତ୍ୟ’ ନାମେ ତା ବିରାଜି
ପାଏ ଅନେକ ପୁରସ୍କାର
ତାହା ହିଁ ଉଦ୍ଦେଶ୍ଯ ତାହାର
ନ ଥାଏ ଯଦି ପାଠାଗାର
ସ୍ବାଧୀନ ଚିଂତାର ସଂହାର
ସେଠାରେ ଘଟେ ନିରଂତର
ନ ଥାଏ ଦାୟିତ୍ବ କାହାର
କେବଳ ଛାତ୍ରଛାତ୍ରୀଗଣ
ଲୋଡ଼ଂତିନାହିଁ ସଜ ଜ୍ଞାନ
ଆମର ଜନସାଧାରଣ
କରଂତି ସୁଜ୍ଞାନ ସଂଧାନ
ତାଂକର ଚାହିଦା ପୂରଣ
ପାଇଁ ସ୍ଥାନୀୟ ପ୍ରଶାସନ
ଦିଅଂତେ ଯଦି ଟିକେ ଧ୍ୟାନ
ହୁଅଂତା ଜ୍ଞାନର ବର୍ଧନ
ଯେଉଁଠି ନାହିଁ ପାଠାଗାର
ଗାଆଁ, ପଡ଼ା, ସାହି, ସହର
ସେଠାରେ ବାସକାରୀ ଜନ
ପାଇପାରଂତିନାହିଁ ଜ୍ଞାନ
ଘଟିଚାଲିଲେ ଜ୍ଞାନାଭାବ
ପଡ଼ଇ ତହିଁର ପ୍ରଭାବ
ସେଠାରେ ଲୋକଂକ ସ୍ବଭାବ
କେମିତି ସତେ ଭଲ ହେବ ?
Comments are closed.