Latest Odisha News

BREAKING NEWS

ଭାଷା ଭାଗବତ : ନାୟକ ବୃତ୍ତାଂତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ 

ନିଜ ପଥକୁ ଅନୁସରି
ଯିଏ ବି ଜିଏଁ କାମ କରି
ସେ ହୁଏ ପ୍ରକୃତ ନାୟକ
କେହି ବି ନ ଥାଂତି ସ୍ତାବକ

ବିତ୍ତ, କ୍ଷମତା କ୍ଷଣସ୍ଥାୟୀ
ହୋଇ ତହିଁର ଅନୁଯାୟୀ
ଯେ ଦିଏ ବହୁ ପ୍ରତିଶ୍ରୁତି
କରେ ଏ ପୃଥିବୀର କ୍ଷତି

ଯେ ହୁଏ ଉଚ୍ଚ ପଦାସୀନ
ତାହାର ବିଚଳିତ ମନ
ହୁଏନି ଦୁଶ୍ଚିଂତା-ବିହୀନ
ଅପୂର୍ଣ ରହେ କାର୍ଯମାନ

ଅତି ଅଧିକ ବୁଲାବୁଲି
କରିଲେ ବ୍ୟକ୍ତି ଯାଏ ଭୁଲି
କେବେ କେଉଁଠି କହେ କ’ଣ
ଚଂଚଳ ଘଟେ ବିସ୍ମରଣ

ମନେ ନ ଥିଲେ ନିଜ କଥା
ଜୀବନେ ବ୍ୟାପେ ଅବ୍ୟବସ୍ଥା
ଏଥିରୁ ମିଳେନାହିଁ ମୁକ୍ତି
ଥିଲେ ବି ସଂପତ୍ତି ଓ ଶକ୍ତି

ତାହାର ପୋଷ୍ୟ ପ୍ରଚାରକ
କହଂତି ସିଏ ହିଁ ନାୟକ
ଏ କଥା କରିଲେ ବିଶ୍ବାସ
ନିଶ୍ଚୟ ମିଳେ ମିଥ୍ୟାଭାସ

ମିଥ୍ୟା ଆଭାସ ପାଇ ସୁଦ୍ଧା
ଯେ ଦେଇ ଜାଣେନାହିଁ ବାଧା
ସର୍ବଦା ହୋଇ ଯୁଦ୍ଧରତ
ସବୁଠି ହୁଏ ପରାଜିତ

Leave A Reply

Your email address will not be published.