Latest Odisha News

BREAKING NEWS

ଆଜି ୧୨ ଘଣ୍ଟିଆ ଭଦ୍ରକ ବନ୍ଦ

ଭଦ୍ରକ: ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ଅଭିଯୋଗ ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ଭଦ୍ରକ ବନ୍ଦ । ନାଗରିକ ସୁରକ୍ଷା ମଞ୍ଚ ଓ ବରପଦା ବିକାଶ ମଞ୍ଚ ପକ୍ଷରୁ କଲେଜରୁ ପ୍ରଫୁଲ୍ଲ ସାମଲଙ୍କ ପରିବାରକୁ ବହିଷ୍କାର ଓ ଦୁର୍ନୀତିଗ୍ରସ୍ତ ସୋସାଇଟି ଭଙ୍ଗ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି ।

ସକାଳ ୬ଟାରୁ ଆରମ୍ଭ ହୋଇ ଏହି ବନ୍ଦ ପାଳନ ସନ୍ଧ୍ୟା ୬ଟାରେ ଶେଷ ହେବ । ବନ୍ତ ଛକରେ ପିକେଟିଂ ସହ ରାସ୍ତା ଅବରୋଧ କରାଯାଇଛି । ବନ୍ଦର ଯୋଗୁଁ ଗାଡିଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ କୁ ବାଦ୍ ଦେଲେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । କେବଳ ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ୍ ଦିଆଯାଇଛି ।

Leave A Reply

Your email address will not be published.