ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଭାଷାର ସ୍ଥିତିସ୍ଥାପକତା
ରକ୍ଷା କରେ ନିଜର ସତ୍ତା
ଲିପିରେ ରହିଲେ ସ୍ଥିରତା
ଲେଖାରେ ଦିଶିବ ସମତା
ନିର୍ଣୟ, ଚର୍ଚା କି ନିଷ୍ପତ୍ତି
ସ୍ଥିର କରେନି ଭାଷା ଗତି
କେବଳ ଭାଷାଗ୍ରହୀ ବ୍ୟକ୍ତି
ବସ୍ତୁତଃ ଘଟାଂତି ଉନ୍ନତି
ଆମର ଅଧିକାଂଶ ଲୋକ
ନୁହଂତି ଯେହେତୁ ପାଠକ
ବିଦ୍ୟାଳୟରେ ଥାଇ ରହି
ସବୁ ପ୍ରମାଦ ନିଏ ସହି
ଶିକ୍ଷାର ମୂଳଦୁଆ ଟାଣ
କଲେ ଦିଶେନି ତ୍ରୁଟିମାନ
ଏବର ଛାତ୍ରୀଛାତ୍ରଗଣ
କରଂତି ପଠନ, ଲିଖନ
ଚଂଚଳ ଲେଖି, ବୋଲି ଗୀତ
ହୁଏନି କେହି ଜନାଦୃତ
ସଂଗୀତ ସୁଧୀର ସାଧନା
ତାହାକୁ ଚଂଚଳତା ମନା
ଅତୀତାସକ୍ତ ବ୍ୟକ୍ତିଗଣ
ହୋଇ ଅତୀତ-ପରାୟଣ
କରଂତୁ ସ୍ବରୂଚି ଲିଖନ
କେହି ତ କରୁନି ବାରଣ
ବାସ୍ତବତାରୁ ହେଲେ ଚ୍ୟୁତ
ଚିତ୍ତ ବି ହୁଏ ବିଚଳିତ
ମିଳେନି କେବେ ସିଧା ବାଟ
ସମସ୍ୟା ହୁଅଇ ଉତ୍କଟ
ନ କଲେ ଔଚିତ୍ୟ ବିଧାନ
ଭାଷାଟେ ହୁଏ ବର୍ଧମାନ
ପୂର୍ବାନୁମାନ ଭିତ୍ତିହୀନ
ବୁଝଂତୁ ସ୍ବଭାଷୀ ସଂତାନ
ସ୍ବାନୁଭୂତିକୁ ଜ୍ଞାନ ଭାବି
ଲେଖି ବଢ଼ୁଁ, ନ ଯାଉଁ ଦବି
ଏଯାଏଁ ଅପଢ଼ା ଏ ଭାଷା
କରିବ ସାହିତ୍ୟ ସରସା
Comments are closed.