Latest Odisha News

BREAKING NEWS

ଭାଷା ଭାଗବତ : ବହୁସ୍ତରୀୟ ପ୍ରଚଳନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ 

ପ୍ରାଚୀନ, ସାହିତ୍ୟ-ସମୃଦ୍ଧ
ଭାଷାର ଏବେ ଗତିରୋଧ
ସବୁଠି ହୋଇଛି କାହିଁକି ?
କାରଣ ବୁଝିବାନାହିଁ କି ?

ସମସ୍ୟା ରଖିଲେ ଲୁଚାଇ
ଭାଷାକୁ ହେବ କି ବଂଚାଇ ?
ନିଜକୁ ପ୍ରଥମେ ପଚାରୁଁ
ତା’ପରେ ଯାହା ଇଚ୍ଛା, କରୁଁ

କେବଳ ବିତ୍ତ ବିନର୍ବ୍ୟୟ
କଲେଁ ଭାଷାର ଭାଗ୍ୟୋଦୟ
କେବେ କେଉଁଠି ହୋଇଛି କି ?
ଏ ତଥ୍ୟ ଲୋଡ଼ିବାନାହିଁ କି ?

ରାଜାଦେଶ ବଳରେ ଭାଷା
ବଢ଼ାଇ ପାରୁନି ଭରସା
ଏହା ତ ଏବେ ପ୍ରମାଣିତ
ତେବେ ବି ବଦଳୁନି ଚିତ୍ତ

ଅନଭିଜ୍ଞ ଶାସନକାରୀ
ନୁହଂତି ଭାଷା ବ୍ୟବହାରୀ
ତେଣୁ ତ ତାଂକର ଯୋଜନା
ପ୍ରାୟତଃ ହୋଇଥାଏ ବଣା

ଅଂଧାର ଗର୍ଭକୁ ପଥର
ଫୋପାଡ଼ୁଁ ଯଦି ବାରଂବାର
କେହି ତ ହୁଏନି ଆହତ
ବୁଝିପାରେନି ଲୋକଚିତ୍ତ

ଏତେ ଅଧିକ ଅସଂପୃକ୍ତି
ସଭିଏଁ ଦେଖୁଛଂତି ନିତି
ତେବେ ବି ନୁହଂତି ସକ୍ରିୟ
ଭୋଗଂତି ନିତି ପରାଜୟ

ଭାଷୀଏ ନ ହେଲେ ଉଦ୍ୟମୀ
ଟିକିଏ ବେଶି ପରିଶ୍ରମୀ
ବାସ୍ତବ ହେବ ବହୁ ସ୍ବପ୍ନ
କେହି ହେବେନି ଉଦାସୀନ

ବହୁସ୍ତରୀୟ ପ୍ରଚଳନ
ଆଡ଼କୁ ଦେଇ ଟିକେ ଧ୍ୟାନ
କରିଲେ କିଛି କାର୍ଯକ୍ରମ
ହୁଏତ ହୁଅଂତା ଉତ୍ତମ

ପ୍ରଫୁଲ୍ଲ କୁମାର ତ୍ରିପାଠୀ

Leave A Reply

Your email address will not be published.