ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଗ : ୭
ଶବ୍ଦର ଶକ୍ତି ପରଖିବା
ମନର ଭାବନା ଲେଖିବା
ହୁଏତ ଅନ୍ୟ କେହି ପଢ଼ି
ପାରିବ ମନୋଭାବ ଗଢ଼ି
ଶବ୍ଦ ତ ଅଟେ ମଂଜି ପରି
କାହାର ମନରେ ଅଂକୁରି
ହୁଏ ଗୋଟିଏ ଶବ୍ଦତରୁ
ଆଶ୍ରୟ ମିଳେ ତାହାଠାରୁ
ଏହି ପ୍ରତ୍ୟୟ ମନେ ଧରି
ଜିଉଁଛିଁ ଲେଖାଲେଖି କରି
ବାଂଟି ଚାଲିଛିଁ ମନୋଭାବ
ପଡ଼ୁ କି ନ ପଡ଼ୁ ପ୍ରଭାବ
ଜାଣେ ମୁଁ, ଧ୍ବନି ହୋଇ ଲିପି
ବହୁ ଦୂରକୁ ଯାଏ ବ୍ୟାପି
Comments are closed.