Latest Odisha News

BREAKING NEWS

ସାହିତ୍ୟ ମୋ ନିସଙ୍ଗତାକୁ ପୂର୍ଣ୍ଣ କରିଛି : ପ୍ରଜ୍ଞାଲୀନ ସାହୁ

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ପ୍ରଜ୍ଞାଲୀନ ସାହୁ ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି ସମର୍ପିତ।

ଓଡ଼ିଆ ସାହିତ୍ୟର ନବ ପ୍ରତିଭା ପ୍ରଜ୍ଞାଲୀନ ସାହୁଙ୍କ ସହ ‘ସ୍ଵଳ୍ପ ଆଳାପ’

ମୁଁ କାହିଁକି ଲେଖେ ? 
ସାହିତ୍ୟ ପ୍ରକୃତି ରାଣୀର ସମକକ୍ଷ କହିଲେ ଅତୁକ୍ତି ହେବନାହିଁ , ପ୍ରକୃତି ଯେପରି ପୃଥିବୀକୁ ସୁସର୍ଜ୍ଜିତ କରି ପୃଥିବୀ ବାସୀକୁ ଜୀବନ୍ୟାସ ଦିଏ। ସେହିପରି ସାହିତ୍ୟ ମୋ ଭାବନାର ରାଣୀ.. ଯିଏ କି ସର୍ବଦା ବଂଚେଇ ରଖୁଛି ମୋ ସ୍ପନ୍ଦନକୁ ।ତେଣୁ ସାହିତ୍ୟ ଏପରି ଏକ ଜୀବନ୍ୟାସ.. ଯିଏ ଏହାକୁ ଥରେ ଆପଣାଇବ.. ତେବେ ତା’ର ଆତ୍ମା ମୃତ ହୋଇ ବି ସର୍ବଦା ଜୀବିତ ରହିବ ।

ମୁଁ ମୋ ନିଜର ଏକ ଅଭିଜ୍ଞତା କହୁଅଛି..ମୁଁ କି ମୋ ଭାଇ ଭଉଣୀ ନିଜେ ବହି ଧରି ସାହିତ୍ୟ ପଢିବା ପାଇଁ କେବେ ବି ଆଗ୍ରହ ରଖୁନାହିଁ .. କାରଣ ଆମ ବୋଉ(ମାଆ)ସେହି ବହିକୁ ପରୀକ୍ଷା ପୂର୍ବ ଦିନ ରାତିରେ ଆମ ଆଗରେ କି ଯାଦୁରେ ପାଠ କରେ ଯେ ଆମର ସେ ଗୋଟେ ଥରକେ ମନେ ରହିଯାଏ । ସେହି ବୁଝାଇବା ସମୟରେ ବୋଉ କୁହେ ସରଳାର୍ଥ ଲେଖିଲାବେଳେ ସେ ଗଦ୍ୟ ହେଉ କି ପଦ୍ୟ.. ମଝିରେ ମଝିରେ ଗୋଟେ ପଂକ୍ତି କି ଓଜନଦାର ଢଗ ଲେଖିବ ଆଉ ତାକୁ ତା ପରେ ବ୍ୟାଖ୍ୟା କରିବ ।ଯଥା କବି ଓ କବିତା ପରସ୍ପର ପରିପୂରକ। କବିତା କବି ମନରେ ଉଚ୍ଛାସ ଓ ଉଲ୍ଲାସ ଭରିଦିଏ, ସେତେବେଳେ ଏହି ପଦର ଅର୍ଥ ମୁଁ ହୃଦୟଙ୍ଗମ କରି ପାରୁ ନଥିଲି। କିନ୍ତୁ ଯେତେବେଳେ ମୁଁ ଲେଖିଲି ଆଉ ସାହିତ୍ୟର ଭାବରେ ନିଜକୁ ଯୋଡିଲି.. ମୁଁ ବୁଝିଲି ସତରେ କବିତା ହେଉ କି ପ୍ରବନ୍ଧ ଗଳ୍ପ ହେଉ ସେ ଗୋଟେ ଜୀବନକୁ ନୂଆ ଜନ୍ମ ଦିଏ.. ଯୋଉଠି କେବଳ ଖୁସି ହିଁ ଖୁସି । ତେଣୁ ସେଇ ଖୁସିକୁ ମୁଁ ମୋର ବାନ୍ଧବୀ ସଜାଇ ଏବେ ମୁଁ ଶପଥ କରିଛି କିପରି ମୁଁ ମୋ ବାନ୍ଧବୀର ସାହାଯ୍ୟ ନେଇ ସମାଜକୁ ଆଲୋକ ଦେଖାଇ ଏକ ସୁସ୍ଥ ସଂସ୍କୃତି ଭରା ସମାଜ ହସାଇବି ଏବଂ ସମାଜର ଖୁସିରେ ନିଜେ ବି ଖୁସି ହେବି ।
କଥାରେ ଅଛି ସାହିତ୍ୟ(ସା ଅର୍ଥ ସମାଜ, ହିତ ଅର୍ଥ ଉପକାର ) ଅର୍ଥାତ ସମାଜର ହିତ ସାଧନ କରି ଜନସାଧାରଣଙ୍କୁ ସମ୍ବେଦନଶୀଳ ତଥା ସଚେତନ କରିବାରେ ପ୍ରମୁଖ ସହାୟକ ହେଉଛି ଆମ ଆଞ୍ଚଳିକ ଭାଷା ସାହିତ୍ୟ । ଓଡ଼ିଶାବାସୀଙ୍କ ଉନ୍ନତିରେ କର୍ମରତ, ରାଜ୍ୟର ବିକାଶ ଓ ସଂସ୍କୃତିର ପରିଚୟ ଦେଇଥାଏ ଏହି ଆମ ଓଡ଼ିଆ ସାହିତ୍ୟ|ତେଣୁ ସେଇ ସାହିତ୍ୟକୁ ଆସନ୍ତୁ ସଭିଁଏ ନିଜ ମୁକୁର ସଜାଇ ନିଜ ସ୍ପନ୍ଦନକୁ ହସାଇବା ଏବଂ ଅନ୍ୟ ସ୍ପନ୍ଦନକୁ ବୁଝିବା ।

ସାହିତ୍ୟ ସର୍ଜନା ପାଇଁ କାହିଁକି ଆଗ୍ରହୀ ହେଲେ ?

ପଢା ସମୟରେ ସାହିତ୍ୟ ପ୍ରତି ଏତେ ଟା ମୋର ରୁଚି ନଥିଲା.. କିନ୍ତୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ବିଷୟ ବସ୍ତୁରେ ପଢିଛି । ସେ ପୁଣି ବୋଉର ସାହାଯ୍ୟରେ କେବଳ ପରୀକ୍ଷା ସମୟରେ । ଏମିତି ବି ବିଜ୍ଞାନ ବିଭାଗରେ ପଢ଼ୁଥିଲି.. ତେଣୁ ପାଠ ପଢା ଏବଂ କାର୍ଯ୍ୟରତ ବ୍ୟସ୍ତବହୁଳ ସମୟ ମଧ୍ୟରେ ସାହିତ୍ୟ ଧୀରେ ଧୀରେ ମୋ ହୃଦୟରୁ ଲୋପ ପାଇଗଲା । ଆମେ ସମସ୍ତେ ଜାଣିଛେ ମହାମାରୀ କୋଭିଡ ଆମ ମାନଙ୍କୁ କିପରି ଏକା କରି ଛିଡା କରି ଦେଇଥିଲା.. ଆଉ ସେହି ସମୟରେ ସମାଜର ରୂପ ବେଶକୁ ଦେଖି ମୁଁ ବହୁତ ଭୟଭୀତ ହୋଇଯାଇଥିଲି । ତେଣୁ ସେହି ସମୟରେ ଖୋଜିଥିଲି ଏକ ସାଥି ଯିଏ ମୋ ହାତ ଧରି ଏହି କଠିନ ସମୟରେ ବାଟ ଚାଲିବ ,ଆଉ ସେତିକିବେଳେ ମୋତେ ମିଳିଥିଲା ହିଁ ଏହି ବାନ୍ଧବୀ ସାହିତ୍ୟ’ର ହାତ.. ଯିଏ ମୋ ହୃଦୟର ନିଃସଙ୍ଗ ପଣକୁ ଦୂର କରିଥିଲା ଏବଂ ମୋ ସୁଖ ଦୁଃଖକୁ ନିଜର କରି ନେଇଥିଲା । ଏହି ବାନ୍ଧବୀର ଗୋଡ଼ ହାତ ନାହିଁ ସତ କିନ୍ତୁ ତା’ ହୃଦୟର ନାବରେ ସେ ମୋର ସବୁ ଭାବକୁ ନେଇ ମୋ ବନ୍ଧୁ ମାନଙ୍କ ପାଖରେ ପହଞ୍ଚାଇ ଦେଉଥିଲା |ତେଣୁ ସେବେଠୁ ମୁଁ ଭାବିନେଲି ମୁଁ ମୋ ହୃଦୟ ବିନା ବଞ୍ଚି ପାରିବି କିନ୍ତୁ ସାହିତ୍ୟ ମୁକୁର ବିନା ବଞ୍ଚିବା ଅସମ୍ଭବ।

ପ୍ରଥମ ପ୍ରକାଶିତ ଲେଖାଟି କଣ ଥିଲା ଓ ତାହା କିପରି ଆପଣଙ୍କୁ ପ୍ରେରିତ କରିଥିଲା ?

ମୋର ପ୍ରଥମ ପ୍ରକାଶିତ ଲେଖା ଏକ କବିତା… ଯାହାର ଶୀର୍ଷକ : ପୁରାତନ ଯୁଗ ଓ ନୂତନ ଯୁଗ , ଯୋଉଟା ମୁଁ ଗୋଟେ ପଦାର୍ଥ ବିଜ୍ଞାନର ଯୁକ୍ତ ତିନି ଛାତ୍ରୀର ଅନୁରୋଧ କ୍ରମେ ଲେଖିଥିଲି। ସେଇ ଛାତ୍ରୀକୁ(ପ୍ରୀତି )ମୁଁ ଶ୍ରଦ୍ଧାରେ ବଡ଼ ପାଟିଆ ଡାକେ.. ସେ ବି ସେ ନାଁ ଶୁଣି ବହୁତ ଖୁସି ହୁଅନ୍ତି। ମହାବିଦ୍ୟାଳୟରେ ପ୍ରବନ୍ଧ ପ୍ରତିଯୋଗିତା ଥାଏ.. ଆଉ ବିଷୟ ବସ୍ତୁ ଜାତିପ୍ରଥା। ତାଙ୍କର ଗୋଟେ ଗୁଣ ମୋତେ ଭଲଲାଗେ ସେ ସବୁଥିରେ ଭାଗ ନେଇ ସେ କର୍ମକୁ ଶିଖିବାର ଆଗ୍ରହ ରଖନ୍ତି। ତେଣୁ ମୁଁ ତାଙ୍କୁ ସେଇ ପ୍ରବନ୍ଧ ପ୍ରତିଯୋଗିତାରେ ଭାଗ ନେବାକୁ କହିଥିଲି.. ଆଉ ମଧ୍ୟ କହିଥିଲି ଗଦ୍ୟରେ ମଝି ମଝିରେ ପଦ୍ୟ ଲେଖିବାକୁ, ତେଣୁ ସେ ଜିଦି ଧରିଲେ ମାମ ମୁଁ ଗଦ୍ୟ ଲେଖିଦେବି.. ଆପଣ ଟିକେ ପଦ୍ୟ ଲେଖିଦିଅନ୍ତୁ । ପ୍ରଥମେ ତାଙ୍କ କଥା ଶୁଣି ମୁଁ ଟିକେ ସ୍ତବ୍ଧ ହୋଇଗଲି.. କିନ୍ତୁ ତାଙ୍କ ପ୍ରତିଯୋଗିତା ଲାଗି ଆଗ୍ରହ ଦେଖି ମୁଁ ହଁ ଭରିଲି ପଦ୍ୟ ଲେଖିଦେବି ବୋଲି । ଯେହେତୁ ସେ ମହାବିଦ୍ୟାଳୟରେ ମୁଁ ଜଣେ ଅଧ୍ୟାପିକା କିନ୍ତୁ କଳା ବିଭାଗର ନୁହେଁ.. ବିଜ୍ଞାନ ବିଭାଗର ,ତେଣୁ ମୁଁ ସବୁ କ୍ଲାସ ଓ ପ୍ରାକ୍ଟିକାଲ କାର୍ଯ୍ୟ ସାରି ଆସିଲି ରୁମକୁ। ତା ‘ ପରେ କଲମ ଖାତା ଧରି ଚେଷ୍ଟା କଲି କିଛି ଲେଖିବାକୁ.. ବାସ ସମୟ ତିରିଶ ମିନିଟ ଲାଗିଥିଲା ଏଇ ପଦ୍ୟକୁ ଲେଖିବାକୁ ।ତା’ପରେ ନେଇ ତାଙ୍କୁ ଦେଇଥିଲି… ଆଉ ସେ ଦେଖି ବହୁତ ଖୁସି ହୋଇଥିଲେ । ବାସ ତା’ ପରେ ସେ ମୋତେ ବହୁତ ଥର କୁହନ୍ତି ମାମ ଆପଣ ଭଲ ଲେଖନ୍ତି ତେଣୁ ଲେଖନ୍ତୁ.. ଆମେ ସେ ଲେଖାକୁ ପଢ଼ିବୁ ଆଉ କିଛି ଶିଖିବୁ.. କିନ୍ତୁ ମୁଁ ତାଙ୍କ କଥା ଶୁଣି ହସିଦିଏ । ତା’ ପରେ ପରେ ତ କରୋନା ମହାମାରୀ ଲାଗି ମୋତେ ଟିକେ ସମୟ ମିଳିଲା ଏବଂ ସେହି ସମୟର ଏକାକୀ ଭାବକୁ ବାଣ୍ଟିବା ପାଇଁ ମୋର ମନେ ପଡିଥିଲା ମୋ ଛାତ୍ରୀ ବଡ଼ ପାଟିଆଙ୍କ କଥା.. ତେଣୁ ମୁଁ ପୁଣି ଥରେ ଧରିବସିଥିଲି ମୋ ହାତରେ ଏକ କଲମ….. ବାସ ସେବେଠୁ ଧରିଛି ବାସ ଧରିଛି । କଥାରେ ଶୁଣିଛି ଛାତ୍ରଛାତ୍ରୀ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କଠାରୁ ସର୍ବଦା ପ୍ରେରଣା ପାନ୍ତି.. କିନ୍ତୁ ମୁଁ କହିବି ମୋ କବିତା ଲେଖା ଆରମ୍ଭ କେବଳ ମୋ ପିଲାଙ୍କ ଭଲ ପାଇବା., ପ୍ରେରଣା,ସ୍ନେହ ସମ୍ମାନ ଲାଗି । ତେଣୁ ଏହି ଲେଖନୀ ବାନ୍ଧବୀ ଉପହାରର ଶ୍ରେୟ ଈଶ୍ୱରଙ୍କୁ, ମୋ ପରିବାରକୁ ଏବଂ ବିଶେଷ କରି ମୋ ପିଲା(ଛାତ୍ରଛାତ୍ରୀ)ମାନଙ୍କୁ ଯଥା ପ୍ରୀତି ମାନେ ବଡ଼ପାଟିଆ ଏବଂ ମହାବିଦ୍ୟାଳୟର ଅନ୍ୟ ସମସ୍ତ ପିଲାମାନଙ୍କୁ ଦେବି ।

ଗଳ୍ପ ଓ କବିତା ମାଧ୍ୟମରେ ଆପଣଙ୍କର କେଉଁ ବାର୍ତ୍ତା ରହିଥାଏ ?

ସମାଜର ଚାଲିଚଳନ, ସଂସ୍କୃତି ପରମ୍ପରା, ଭାଷା ସାହିତ୍ୟର ସ୍ଥାନ,ସତ୍ୟ, ଧର୍ମ,ପ୍ରେମ, ଭକ୍ତି ଆଧ୍ୟାତ୍ମିକ ଚିନ୍ତାଧାରା ପଦ , ଜୀବନକୁ ମୂଲ୍ୟାୟନ କିପରି କରିବା ଉପରେ ଆଲୋଚନା, ଆଦି ଏମିତି କିଛି ଶିକ୍ଷଣୀୟ ଚିନ୍ତାଧାରାକୁ ନେଇ ମୋର ଲେଖା ।


ପ୍ରବନ୍ଧ : ଆତ୍ମହତ୍ୟା ଏକ ରୁଗ୍ଣ ମାନସିକତା

ଆତ୍ମହତ୍ୟା ଶବ୍ଦର ଉତ୍ପତି ଦୁଇଟି ସମାହାର ସୁଖ ଓ ଦୁଃଖକୁ ନେଇ.. ଯଥା:ଗୋଟାଏ ଆତ୍ମା ହେଲେ ଅନ୍ୟତ ହତ୍ୟା |ଆତ୍ମା(ସୁଖ)ଯିଏ ସର୍ବଦା ମା’ଙ୍କ ଗର୍ଭ ନିକଟରେ ଘୁରି ବୁଲୁଥାଏ ଏବଂ ନିଜର ଶକ୍ତି ଦ୍ଵାରା ନିଜସ୍ୱକୁ ପ୍ରଭାବଶାଳୀ କରିପାରେ । ବିଜ୍ଞାନ କୁହେ ଆତ୍ମା ଜୀବକୋଷ’ର ବିଭାଜନ’ର ଶକ୍ତିକୁ ବଢାଇ ଦେଇଥାଏ ଏବଂ ସେହି ସମୟରେ ଯେଉଁ ମହତ୍ଵପୂର୍ଣ୍ଣ ଅଙ୍ଗ’ର ଗଠନ ହୁଏ ତାହା ହେଉଛି ହୃଦୟ ।ସମୟର ଗତି ହିସାବରେ ଏଥିରେ ଅନ୍ୟ ଅଙ୍ଗର ବିକାଶ ହୋଇଥାଏ ।ବାସ୍ତବରେ ଆତ୍ମା’ର ବାସ ହୃଦୟରେ ହୋଇଥାଏ । ଏହା ସେହି ସ୍ଥାନ ଅଟେ ଯେଉଁଠାରେ ଆତ୍ମା ରହିଥାଏ ଏବଂ ସେଥିପାଇଁ କଥାରେ ଅଛି ହୃଦୟରେ ପାରମାତ୍ମା(ଈଶ୍ୱର )ବାସ କରନ୍ତି… ସତ କହିବାକୁ ଗଲେ ସେ ପରମାତ୍ମା ଆମ ମା'(ଈଶ୍ୱର)ଯାହାଙ୍କ ଲାଗି ଆମ ହୃଦୟ ସର୍ବଦା ନିରାପଦ ଓ ସର୍ଜୀଵ |

ଅନ୍ୟଟି ହତ୍ୟା(ଦୁଃଖ)ଯେ କି ହେଉଛି ସମାଜ’ର ସବୁଠାରୁ ପ୍ରତିଶୋଧପରାୟଣ ଅପରାଧ। ସମାଜ ନିଜେ ବି ବେଳେବେଳେ ଆଶ୍ଚର୍ଯ୍ୟ ହୁଏ, ଜଣେ ବ୍ୟକ୍ତି ଏପରି ଅପରାଧ କିପରି କରିବାକୁ ଇଚ୍ଛା କରେ? କାରଣ କେହି ହତ୍ୟାକାରୀ ଭାବରେ ଜନ୍ମ ହୁଏ ନାହିଁ |କିନ୍ତୁ ସେହି ସମାଜ ଜାଣିପାରେନି ତା’ ଅଜାଣତରେ ସେ ହିଁ ନିଜେ ହତ୍ୟାକାରୀକୁ ଜନ୍ମ ଦିଏ ନିଜର ଅହଂ କ୍ରୋଧ ଭୋଗବିଳାସ ପ୍ରତିଷ୍ଠାତାକୁ ସମସ୍ତଙ୍କ ଆଗରେ ବଡ଼ ବୋଲି ବଜାଇ ରଖିବାକୁ |

ଶେଷପନ୍ଥୀ ହେଉଛି ଆତ୍ମହତ୍ୟା.. ଯେମିତି ଜୀବନ ଜନ୍ମ ଓ ମୃତ୍ୟୁକୁ ନେଇ |ଆତ୍ମହତ୍ୟା ଅର୍ଥାତ ନିଜର ପରମାତ୍ମାଙ୍କୁ(ମା’ଙ୍କୁ/ପରିବାରଙ୍କୁ)ହତ୍ୟା କରିବା |ଆତ୍ମହତ୍ୟା ହେଉଛି ଆତ୍ମଘାତୀ ମୃତ୍ୟୁ ଯୋଉଁଠି ଲୋକମାନେ ନିଜ ଜୀବନକୁ ଶେଷ କରିବା ଏବଂ ବାସ୍ତବତାରୁ ରକ୍ଷା ପାଇବା ପାଇଁ ପ୍ରତିଶ୍ରୁତି ଦିଅନ୍ତି | ଆମ ଆଖପାଖରେ ଅନେକ ଲୋକ ଆତ୍ମହତ୍ୟା କରନ୍ତି, କିନ୍ତୁ ଏହା କିଏ ହେବ ତାହା ପୂର୍ବାନୁମାନ କରିବା ସହଜ ନୁହେଁ | ତଥାପି ପ୍ରାୟତ ପରିସଂଖ୍ୟାନ ଅନୁଯାୟୀ ଯୁବପୀଢ଼ି ମାନେ ହିଁ ଆତ୍ମହତ୍ୟା ଉଦ୍ୟମ ବିଷୟରେ ଚିନ୍ତା କରନ୍ତି, କାରଣ ସେହିମାନଙ୍କ ମାନସିକତା ଅଧିକରୁ ଅଧିକ ରୁଗ୍ଣ ବୋଲି ଦୃଷ୍ଟି ଗୋଚରକୁ ଆସନ୍ତି ନିଜର ଅସଫଳତା ଲାଗି |ବର୍ତମାନକୁ ଲକ୍ଷ୍ୟ କରିଲେ ଉଦାସୀନତା ଏବଂ ଆତ୍ମହତ୍ୟା ବ୍ୟାପିବାରେ ଲାଗିଛି ଏବଂ ଏହା ଏକ ଚିନ୍ତାର ବିଷୟ ମଧ୍ୟ ପାଲଟିଛି| ଉଦାସୀନତା ହେଉଛି ଏକ ରୋଗ ଯାହା ଜଣେ ବ୍ୟକ୍ତିଙ୍କୁ ଆତ୍ମହତ୍ୟା କରିବାକୁ ପ୍ରେରିତ କରେ |ଏହି ଆତ୍ମହତ୍ୟା କାରଣ ବି ଚିନ୍ତା, ସ୍କିଜୋଫ୍ରେନିଆ ଭଳି ବିଭିନ୍ନ ରୋଗ|

ସତ କହିବାକୁ ଗଲେ ଧୀରେ ଧୀରେ ଯେହେତୁ ସଂସ୍କୃତି ହ୍ରାସ ପାଉଛି ଏବଂ ମାନସିକତା ରୋଗୀମାନଙ୍କ ପାଖରେ ନିଜସ୍ୱ ଲୋକମାନଙ୍କର ସ୍ନେହ ଶ୍ରଦ୍ଧାର ଅଭାବ ରହୁଛି, ସେଥିପାଇଁ ଅଧିକ ଅଧିକ ଆତ୍ମହତ୍ୟାର ମହାପାପ ସମୁଦ୍ର ବଢ଼ି ଚାଲିଛି |କାହିଁକି ନା ଆମେ ଜାଣିଛେ ଯଦି ପ୍ରତେକ କାଯ୍ୟରେ ଆମ(ସୁସ୍ଥ ସମାଜ)ର ହାତ ଥିବ ତେବେ ସେ ମୁଁ ଅହଂ ଆତ୍ମହତ୍ୟାକୁ ଜିଣି ପାରିବ ଓ ବିଫଳତା’ର କଣ୍ଟାକୁ ଚଢି ସଫଳତାର ସିଡ଼ିକୁ ଜିଣିପାରିବ |

 

Leave A Reply

Your email address will not be published.