Latest Odisha News

BREAKING NEWS

ବିଜେଡି ଖୁବଶୀଘ୍ର ବିଜେପିକୁ ଟ୍ରାନ୍ସଫର୍ମେସନ୍ ହେବ: ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର: ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବ ପୁଣି ବିଜେଡିକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ,‘‘ବିଜେଡି ଖୁବଶୀଘ୍ର ବିଜେପିକୁ ଟ୍ରାନ୍ସଫମର୍ମେସନ୍ ହେବ । ମୋଦିଙ୍କ ନେତୃତ୍ୱରେ ସାରା ଦେଶରେ ଟ୍ରାନ୍ସଫର୍ମେସନ୍ ହେଉଛି । ଓଡ଼ିଶାରେ ବି ଟ୍ରାନ୍ସଫର୍ମେସନ୍ ହେବ । ଆମ ଲିଙ୍କରେ ବହୁ ବିଜେଡି ନେତା ଅଛନ୍ତି, ଖୁବଶୀଘ୍ର ବିଜେପିରେ ମିଶିବେ ।’’

ସୂଚନାଯୋଗ୍ୟ, ଗତ ଗୁରୁବାର ପ୍ରଶାନ୍ତ ଜଗଦ୍ଦେବ  ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଥିଲେ । ଭୁବନେଶ୍ୱର ସ୍ଥିତ ବିଜେପି କାର୍ଯ୍ୟାଳୟରେ ବିଜେପି ସହ ପ୍ରଭାରୀ, ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ଦଳର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ । ପ୍ରଶାନ୍ତ ଜଗଦ୍ଦେବଙ୍କ ସହ ଖୋର୍ଦ୍ଧା ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ସୌରୀ ସାହୁ, ବିଜୁ ମହିଳା ଜନତା ଦଳର ସାଧାରଣ ସମ୍ପାଦିକା ଶୁଭାଙ୍ଗୀ ଟାକୁଆ, ଜିଲ୍ଲା ପରିଷଦ ସଦସ୍ୟ ଅନାଦି ସାହୁ ବହୁ ସମର୍ଥକ ବିଜେପିରେ ସାମିଲ ହୋଇଥିଲେ ।

୨୦୧୯ରେ ସେ ଚିଲିକା ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।  ସେହିପରି ୨୦୧୪ ମସିହାରେ ବିଜେଡି ଟିକେଟରୁ ବେଗୁନିଆ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

Leave A Reply

Your email address will not be published.