Latest Odisha News

BREAKING NEWS

କବିତା ନିରଂତର : ସାରା ସଂସାରର ଦାୟିତ୍ବ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’

ଜନସଂପର୍କ ଓ ଜ୍ଞାନସଂପର୍କ
ଯାହା ବି ଯିଏ କରେ
ସେହି ଅନୁସାରେ ଜିଇଁଲେ ସୁଦ୍ଧା
ନିଶ୍ଚୟ ଥରେ ମରେ

ସ୍ମୃତିଆଶ୍ରୟୀ ଓ ସ୍ଥିତିଆଶ୍ରୟୀ
ଯାହା ବି ହୁଏ ଯିଏ
ଆତ୍ମଲୀନ ହୋଇ ଆପଣା ରୁଚିରେ
ଦୁଃଖ କିଂବା ସୁଖ ପାଏ

ଜୀବ ରହିଥାଏ ଯିବାର ପାଇଁ
ଏହା ହିଁ ମୂଳ ସତ୍ୟ
ମନେ ରଖି ଯିଏ ଯେତେ ପାରିବା
ହେଉଁ ଏବେ କାର୍ଯରତ

ଅଧିକ କିଛି ନ ହେଲେ ସୁଦ୍ଧା
ନିଜେ ହେଉଥିବା ତୃପ୍ତ
ଆମ ମଧ୍ୟରୁ କେହି ତ ନେଇନୁ
ସାରା ସଂସାରର ଦାୟିତ୍ବ !

 

Comments are closed.