ଦେଶବାସୀ ସାଧାରଣତଃ
ଦୁଇଭାଗରେ ବିଭକ୍ତ;
ଦଳେ ହେଲେ ବିରୋଧି
ଦଳେ ଶାସକର ଅନୁରକ୍ତ!
ତୈଳଦର ବୃଦ୍ଧିରେ
ଶାସକ ସମର୍ଥକ ଖୁସି;
ପ୍ରତିରକ୍ଷା ଓ ଚିକିତ୍ସାରେ
ଲାଭାର୍ଥ ଯାଏ ମିଶି!
ଏମନ୍ତ ଘଟଣାରେ ଖୁସି
ବି ହୁଅନ୍ତି ବିରୋଧୀଏ;
ଶାସକର ଲୋକପ୍ରିୟତା
ଏଥିପାଇଁ ହ୍ରାସ ପାଇଥାଏ!
ଏକ ଓ ଶ୍ରେଷ୍ଠ ଦେଶ ହୁଏ
ଏ ଦିହେଁ ଗଲେ ମିଶି;
ଅତଏବ ତୈଳଦର ବୃଦ୍ଧିରେ
ସାରାଭାରତ ଖୁସି!
ନିକଟରେ ପେଟ୍ରୋଲ
ଦର ଶହେ ଟପିଛି;
ସୁବର୍ଣ ଜୟନ୍ତୀ ପାଳନର
ପବିତ୍ର ଅବାର ଜୁଟିଛି!
ଶହେଟଙ୍କା ଦର ସୁହାଏ
ଅନେକଙ୍କ ପାଇଁ;
ରେଜା ପାଇଁ କାହାର
ଆଉ ଝିନଝଟ ନାଇଁ!
ଶହେଟଙ୍କା ଡରେ ଲୋକେ
ଗାଡି କାଢିବେନି;
ପ୍ରଦୂଷଣ ରୋକିବ ଓ
କରୋନା ବ୍ୟାପିବନି!
ଦରକୁ ଡରି କେତେ
ଚାଲିଚାଲି ଯାଆନ୍ତି;
ଫିଟ୍ ଇଣ୍ଡିଆ ପ୍ରଭାବ
ଏହାକୁ କହନ୍ତି!
ଗାଡି ଗଡିବା କମିଲେ
କମୁଚି ଦୂର୍ଘଟଣା;
ଜୀବନଠୁ ତେଲ ଶସ୍ତା
ତେଣୁ ହୁଏ ଗଣା!
ଯେତେ ବଢିଲେ ବି
ଅଧିକ ଗାଡି ଗଡୁଅଛି;
ଲୋକଙ୍କ ଖର୍ଚ୍ଚ କରିବା
କ୍ଷମତା ନିତି ବଢୁଅଛି!
ନୁହେଁ ଏହା ଗମାତ,
କୁତ୍ସା କି ଗେଲ;
ତୈଳଦର ଯେତେ ବଢିବ
ଦେଶକୁ ସେତେ ଭଲ!
Comments are closed.