Latest Odisha News

ବ୍ୟଙ୍ଗ : ସ୍ୱାମୀ ନିବୃତ୍ତାନନ୍ଦଙ୍କ ଭିତିରି କଥା

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ସମ୍ଭ… 

ବେଶ୍ କିଛି ବର୍ଷ ପୂର୍ବେ ଅପୂର୍ବ ଗାଁରେ ବାବୁ ବିଚିତ୍ରାନନ୍ଦ ବୋଲି ଜଣେ ବୟସ୍କ ମଣିଷ ଥିଲେ । ଇଂରେଜ ଅମଳର ପାଠ ପଢିଥିବାରୁ ତାଙ୍କର ବେଶ ଗର୍ବ । ଯାହାକୁ ଏକା ଦେଖିଲେ ତାକୁ ପାଠ କଥାରୁ ଆରମ୍ଭ କରି ଦେଶ ବିଦେଶର ସାଧାରଣ ଜ୍ଞାନ ପଚାରିବା ତାଙ୍କର ଗୋଟେ ଅଭ୍ୟାସ ଥିଲା । ଏଥିଯୋଗୁ ଗାଁର ପିଲାମାନେ ସେ ଆସୁଥିବା ଦେଖି ଦୂରରୁ ବାଟ ଭାଙ୍ଗି ଚାଲିଯାଉଥିଲେ ।

କହିବା ବାହୁଲ୍ୟ ପିଲାମାନେ ତାଙ୍କର ଏ ତଥାକଥିତ ଅଦ୍ଭୁତ ଅଭ୍ୟାସରେ ଅତିଷ୍ଠ ହୋଇପଡିଥିଲେ ।

ଦିନେ ତାଙ୍କ ଗାଁକୁ ଜଣେ ଜୈନ ମୁନି ଆସିଲେ । ନିଜର ପ୍ରବଚନ ତଥା ଧର୍ମ ପ୍ରଚାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ପ୍ରବଚନ ଶେଷ ଦିବସରେ ସେ ଚାହିଁଲେ ଯେଉଁମାନେ ତାଙ୍କ ପ୍ରବଚନରେ ଉଦ୍ ବୁଦ୍ଧ ହୋଇ ତାଙ୍କଠୁ ଦୀକ୍ଷା ନେବା ପାଇଁ ଚାହୁଁଛନ୍ତି ସେମାନେ ମଞ୍ଚ ଉପରକୁ ଆସନ୍ତୁ । ଏପରି ଏକ ସୁଯୋଗକୁ ବୋଧେ ଗାଁର ଛତରା ଗଣ ଅପେକ୍ଷା କରିଥିଲେ । ସାଧୁ]ମୁନି ଙ୍କ କଥା ସରିବା ମାତ୍ରେ ପିଲାଏ ଏକ ସ୍ୱରରେ ବାବୁ ବିଚିତ୍ରାନନ୍ଦଙ୍କ ନାମ ନେଲେ ।

ବୟସ୍କ ବାବୁ କିଛି ବୁଝିବା ପୂର୍ବରୁ ଟୋକାଏ ତାଙ୍କୁ ଟେକି ନେଇ ପେଣ୍ଡାଲ ଉପରେ ବସେଇଦେଲେ । ଗାଁ ମାଇପେଙ୍କ ହୁଳ ହୁଳି ସାଙ୍ଗକୁ ଟୋକାଙ୍କ ଜୟ ଜୟକାର ଧ୍ଵନି ରେ ଗାଁ ଦାଣ୍ଡ କମ୍ପିଲା । ଏ ପର୍ଯ୍ୟନ୍ତ ବାବୁ ବିଚିତ୍ରାନନ୍ଦ କିଛି ବୁଝିପାରୁନଥାନ୍ତି । ହଠାତ ଏପରି ଗେଣ୍ଡୁ ହାର ଓ ଜୟକାର ର ସମ୍ମାନ ବିଷୟରେ କିଛି ବୁଝିବା ପୂର୍ବରୁ ଜୈନ ମୁନି ତାଙ୍କୁ ଧଳା ଚାଦରରେ ଘୋଡେଇ ମୁହଁରେ ଧଳା ତୁଣ୍ଡି ବାନ୍ଧି ଦେଲେ ଓ ମଞ୍ଚରେ ଘୋଷଣା କଲେ ଯେ ଏ ମହାତ୍ମା ଆଜିଠୁ ଆମ୍ଭର ଦୀକ୍ଷା ନେଲେ । ସେ ପୂର୍ଣ୍ଣ ମାତ୍ରାରେ ସାଧୁ ବନିବା ପୂର୍ବରୁ ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ମୌନ ବ୍ରତ ଧାରଣ କରିବେ । ଆଜିଠାରୁ ତାଙ୍କ ନାଁ ବିଚିତ୍ରାନନ୍ଦରୁ ସ୍ୱାମୀ ନିବୃତ୍ତାନନ୍ଦ ହେଲା ।

ସ୍ୱାମୀ ନିବୃତ୍ତାନନ୍ଦଙ୍କ ଜୟ ଜୟ ଧ୍ୱନୀରେ ପାଳି ଧରୁଥିବା ଟୋକା ଗଣ କିନ୍ତୁ ମୁରୁକି ହସୁଥିଲେ ଯାହାହେଉ ଆଜିଠୁ ଗୋଟେ ଗ୍ରହ କଟିଲା ।

Comments are closed, but trackbacks and pingbacks are open.