୧
ତା ଘରେ ପହଞ୍ଚି ଦେଖିଲି ମୋ ସାଙ୍ଗ ବ୍ରଜ
ଅଖାରୁ ପୁରୁଣା ବାଣ କାଢି ସେଥିରେ
ଶାଗୁଆ ରଙ୍ଗ ଦେଉଛି;
କାରଣ ପଚାରିଲାରୁ କହିଲା – ଏ ବର୍ଷ
ପରା କେବଳ ସବୁଜ ବାଣ ଫୁଟେଇ ହେବ
ବୋଲି ଟିଭି ବାରମ୍ବାର କହୁଚି !
୨
ବ୍ରଜ ପଚାରିଲା- ଆଉ ତୁ ଏଥର
କୋଉ ବାଣ ଫୁଟେଇବୁ?
ନା ଲୋଭକରି ଦେଶୀପ୍ରେମ ନାଆଁରେ
ଜଡାତେଲ ଢାଳି ଦୀପ ଜଳେଇବୁ?
କହିଲି ନାଇଁ ଦୀପ ନୁହେଁ ବନ୍ଧୁମାନଙ୍କୁ
ଡାକି ଧାଡିରେ କରିଦେବି ଠିଆ;
ଯେଉଁମାନେ ମୋର ନାଆଁ ଓ ସଫଳତା
ଶୁଣିଲେ ହୋଇଥାନ୍ତି ନିଆଁ!!
୩
ବ୍ରଜ କହିଲା- ଯାହା କହ ବାଣ ଫୁଟେଇବାର ମଜା କିଛି ଅଲଗାଥାଏ;
ଏଇଦିନ ହିଁ ଘରଣୀଙ୍କ ଶବ୍ଦବୋମାରୁ
କାନ ଦିଇଟାକୁ କ୍ଷାନ୍ତି ମିଳିଥାଏ!
ଥରେ ମୁଁ ଛାତ ଉପରେ ବାଣ ଫୁଟାଉଛି ଘରଣୀ ଆସିକି ପହଞ୍ଚିଲା ;
ତାଙ୍କ ଡରରେ ଗୋଟେ ବି ଫୁଟିଲାନି
ସବୁ ବାଣଗୁଡା ଫୁସକି ଗଲା !!
୪
ମୁଁ କହିଲି ଆଉ କଣ ସେ ବାଣଫୁଟା ଅଛି
ଛାଡ୍ ସେ କାଳ ଗଲା;
ମୁଁ ଥରେ ଗୋଟେ ରକେଟ ଛାଡିଥିଲି ଯେ ସେଇଟା ଯାଇ ଚନ୍ଦ୍ର ଦେହରେ ବାଜିଲା!
ବ୍ରଜ ଆଶ୍ଚର୍ଯ୍ୟ ହୋଇ ପଚାରିଲା
ଏଁ…. ତା ପରେ କ’ଣ ହେଲା?
ମୁଁ କହିଲି କଣ ଆଉ ହେବ, ଚନ୍ଦ୍ରର ମାଆ ଆସି ମୋତେ ଉତ୍ତମ ମଧ୍ୟମ ଦେଲା!!
୫
ବ୍ରଜ କହିଲା – ଗଲାଥର ମୋ ସ୍ତ୍ରୀ ଦିବାଲି ସନ୍ଧ୍ୟାରେ ପଡିଶା ଘରକୁ ଯାଉଥିଲେ;
ଆଣ୍ଟି ତାଳଫଟକା… ଆଣ୍ଟି ତାଳଫଟକା… ବୋଲି ପିଲାଏ ପାଟି ବାଣ ଛାଡିଥିବା କଲେ;
ଘରଣୀ ମୁରୁକି ହସି କହିଲେ- ଆଉ ସେ ବୟସ ନାହିଁରେ ପିଲେ!
Comments are closed.