Latest Odisha News

ଧାରାବାହିକ ଉପନ୍ୟାସ : ଦେବୀ (୨୯)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ୨୯ 

କେତେ ସୁନ୍ଦର ଥିଲା ସେ ସବୁ ଦିନ। କେତେ ମନୋରମ ତାର ସମୁଦ୍ର କୂଳିଆ ଗାଆଁ। ଆଦ୍ୟ ଯୌବନର ସେ ସବୁ ମଧୁକ୍ଷରା ମୁହୂର୍ତ୍ତ କୁଆଡେ ହଜିଗଲା। ସମୟ ଆଣି କେଉଁଠି ଥୋଇଲା ତାକୁ !

ପୂର୍ଣ୍ଣ ସକାଳ ହେବାକୁ ଆଉ କିଛି ସମୟ ବାକିଥିଲା। ହେଲେ ଚଢେଇମାନେ ନିଜର ବସା ଛାଡ଼ି ପୁଣି ଦିନକର ଭବିଷ୍ୟତ ଆଡ଼କୁ ଉଡ଼ି ଯାଉଥିଲେ। ସେମାନଙ୍କ ଯିବା ପଥରେ ଏକୁଟିଆ ଆକାଶକୁ ଆବୋରି ବସିଥିବା କୁଆଁ ତାରାକୁ ଦେଇଯାଉଥିଲେ ଫେରିବାର ପ୍ରତିଶ୍ରୁତି।

ଜୀବନ ଏମିତି ପ୍ରବାହିତ ହେଉଥିଲା। ଆଗର ନୂଆ ଉଡ଼ନ୍ତା ପ୍ରଜାପତିର ଚିତ୍ରିତ ଡେଣା ପରି ତା ମନ ପିନ୍ଧୁଥିଲା ନିତି ଦିନ ଏକ ଏକ । ତାର ମନେପଡିଲା ଗୋଟେ ଦିନର କଥା। ସେ ଦିନଟି ଦେବୀ ଜୀବନର ଏକ ସ୍ମରଣୀୟ ସ୍ମୃତି।

ସେଦିନ ସେ ବର୍ଷା ବିତ୍ପାତ ସଂଜବୁଡେ ଦେବର ସହଚର୍ଯ୍ୟ ତାକୁ ଆତ୍ମ ମନସ୍କ କରିଥିଲା। ସେ ନିଜକୁ ନିଜେ ବି ଖୁବ୍ ଅନ୍ୟମନସ୍କ ଅନୁଭବ କରୁଥିଲା। ସେ ଯେତେ ଚେଷ୍ଟା କଲେ ବି ନିଜକୁ ଆୟତରେ ରଖି ପାରୁନଥିଲା। ଗୋଟିଏ କମନୀୟ ପରିପୂର୍ଣ୍ଣ ଶୂନ୍ୟତା ତା ପିଛା ଧରିଥିଲା। ସେ ଜାଣିଶୁଣି ସମଗ୍ର ସଂସାରଠାରୁ ନିଜକୁ ବଞ୍ଚେଇ ରଖୁଥିଲା।

ପ୍ରେମରେ ପଡ଼ିଲେ ଏମିତି ହୁଏ ବୋଲି ଅଭଡ଼ା ଯେତେ କହିଲେ ବି ତାକୁ ବିଶ୍ୱାସ ହେଉନଥିଲା। କିନ୍ତୁ ତାକୁ ଲାଗୁଥିଲା ଗୋଟେ କିଛି ହୋଇଛି ହୃଦୟ ଭିତରେ ନହେଲେ ଏମିତି କାହିଁକି ଲାଗୁଛି। ସେଦିନ ବୋଧେ ଅଳ୍ପ ଅଳ୍ପ ବର୍ଷା ହେଉଥିଲା ।ବୋଉ ଘରେ ନଥିଲା । ଭାଇ ପାଖ ବଜାରକୁ କିଛି ଜିନିଷ ଆଣିବାକୁ ଯାଇଥିଲା। ହଠାତ୍ ଦେବ ଆସି ଘରେ ପହଞ୍ଚିଲେ। ଘରେ ପହଞ୍ଚିବା ପରେ ଦେବ ପାଣି ମାଗିଲା ।

କ୍ରମଶଃ….

Comments are closed.