Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଚୋରାବାଲି (୧୪)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୧୪
ସେଇ ତ ମଣିଷର ମସ୍ତିଷ୍କ ଏତେ ସେନ୍ସିଟିଭ୍ ଯେ, ସାମାନ୍ୟ ଭାବନାଟା ବି, ତା ସାରା ଜୀବନକୁ ଧୂଳିସାତ କରିଦେଇ ପାରେ । ସନ୍ଦେହର
ବୀଜଟିଏ ସ୍ଥାନ ପାଇଲା ମାତ୍ରେ, ମହାଦୃମଟିଏ ହେବାକୁ ତା’କୁ କେହି ଅଟକାଇ ପାରିବେନି । ସେତେବେଳେ ସେ କାହା ଅଧିନରେ ନ’ଥାଏ ।
ଏମିତି ଏକ ଭିତ୍ତି ହୀନ ଭାବନା କୁ କ’ଣ ସେ ତା’ ମନରେ ସ୍ଥାନ ଦେଉଛିକି ଅଜାଣତରେ? ନା ନା..ଏହା ଅନୁଚିତ । ଧିକ୍କାର କଲା
ନିଜକୁା
ସକାଳୁ ସେ ଉଠିବା ଆଗରୁ ବୈଭବ ରେଡି ।
ଆଖି ମଳିମଳି ହାଇ ମାରିଲା । ପଚାରିଲା ଏତେ ଜଲ୍‌ଦି ବାହାରିଗଲଣି । ଡାକିଲନି?’
ବାହାରକୁ ଯାଉଛି ଦିଲ୍ଲୀ । ଗୋଟେ ଡିଲ୍ ଫାଇନାଲ୍ ହବାର ଅଛି । ଫର୍ ଥ୍ରି ଡେଜ୍ । ଗଲା ବେଳେ ଉଠେଇବି ବୋଲି ଭାବୁ
ଭାବୁ ତମେ ଉଠିଗଲ ।
ଏବେ ତ ଫେରିଛ ଚେନ୍ନାଇରୁ । ଦୁଇ ଦିନ ତଳେ ..ପୁଣି!
କାମ ସେୟା ଆଇ ଆଭ୍ ଟୁ ଗୋ ।
ମିରର୍ ସାମ୍ନାରେ ନେକ୍ ଟାଏ ଭିଡୁଭିଡୁ ଉତ୍ତର ଦେଲେ ।
‘ମୁହଁ ଶୁଖାଅନା । କିଛି କହିବ ତ’ କୁହ । ଜାଣିଛ ମୋ କାମ ସେୟା । ଯାହା କୁହ ପଛେ ସମୟ କିନ୍ତୁ ମାଗିବନି । ମୌଜ ମଜଲିସ୍ ପାଇଁ ଏବେ ଟାଇମ୍ ନାହିଁ ୟାର୍ ।’ ସକ୍ସ ପିନ୍ଧିଲେ । କ’ଣ କହିବ କୁହ ବୋଲି କହି ।
‘କାଲି କେତେ ରାତିରେ ଫେରିଲ?’
‘ଦୁଇଟା କି ଅଢେ଼ଇ ଟା ହବ ବୋଧହୁଏ ।’
‘ଡାକିଲନି? ତମକୁ ଅପେକ୍ଷା କରିକରି ଆଖି ଲାଗିଯାଇଥିଲା ।’
‘କହିଥିଲି ପରା ଡେରି ହବ, ମୁଁ ଡିନର କରିକି ଆସିଥିଲି । ଉଠିକି କ’ଣ କରି ଥା’ନ୍ତ? ଆଉ କିଛି?’
ହୁଁ ଆଉ ଗୋଟେ କଥା !
ଓକେ ଜଲ୍‌ଦି, ଲେଟ୍ ହୋଉଛି ।
ତୁମେ ନନ୍ଦିତାକୁ ଜାଣ ?
କୋଉ ନନ୍ଦିତା?
ନନ୍ଦିତା ପ୍ରୀୟଦର୍ଶିନୀ …ଲିପି…!
ମଣିଷର ମସ୍ତିଷ୍କ ଏମିତି ଯେ, ଯେଉଁଟିକୁ ବାରଣ, ସେଇଟାହିଁ ମନକୁ ବାରବାର୍ ଆସେ । ଅନେକ ସମୟରେ ସେ ନିଜ ମନକୁ ଆୟତ
କରିପାରେନା । ନିଜକୁ ରାତିରେ ଯେତେ ତାଗିତ୍ କରିଥିଲେ ବି, କିଛି ଲାଭ ହେଲାନାହିଁ । ଆପେଆପେ ପାଟିରୁ ବାହାରି ଆସିଲା ।
ବୈଭବ ବେଫିକର୍ ଭାବେ ପ୍ରଶ୍ନ କଲେ, ‘କୋଉ ଲିପି? ଅଫିସର କାହା କଥା କହୁଛକି? କେତେ ଲୋକ କାମ କରୁଛନ୍ତି, କୋଉ ବ୍ରାଞ୍ଚରେ ଥିବେ । ହେଇଥିବେ କିଏ? ମୋ ମନେ ନାହିଁ । ୟାର୍‌..ସବୁ ଏମ୍ପ୍ଲଏଙ୍କ ନା’ ଜାଣିବା କଷ୍ଟ ।
ନା.. ନା.. ତୁମ ଅଫିସ ନୁହେଁ, ମାନେ ଏବେର କଥା କହୁନିମଃ…ଅନେକ ବର୍ଷ ହେଲାଣି । ନୀରୁପମା ଲେଡିଜ୍ ହଷ୍ଟେଲ୍‌…ଉଁ??
ଜାଣ?’
ଓଃହୋ…ତମେ ତେବେ କେବେକା କଥା କହୁଛ । ହଁ ଜାଣେ ତା’କୁ, କିନ୍ତୁ ତମେ ସେମାନଙ୍କୁ ଜାଣିଲ କେମିତି ? କ’ଣ ପାଇଁ ପଚାରିଲ?
ନା ମୁଁ କହୁଥିଲି କି, ସେ ତମର କିଏ? କେମିତି ଜା’ଣ ତାଙ୍କୁ?
ଆକ୍ଚୁଆଲ୍‌ରେ କ’ଣ କହିବାକୁ ଚାହୁଁଛ ସିଧା କୁହ ।
କହିଲି ପା’ ସେମାନଙ୍କୁ କେମିତି ଜାଣ?
ସି ୱାଜ୍ ମାଇଁ ଏକ୍ସ ଗାର୍ଲଫ୍ରେଣ୍ଡ । ଆଣ୍ଡ ଦାଟ୍ ୱାଜ ମାଇ ପାସ୍ଟ; ଟିକେ ନୀରବ ରହି ଉତ୍ତର ଦେଲେ ।

Comments are closed, but trackbacks and pingbacks are open.