ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୨୩
ରଘୁବୀର .. କାମ ସରିଲା, ଡ଼୍ରାଇଭରକୁ କହ ଗାଡ଼ି କାଢୁ । ଓଃ ଇଡିଅଟ ଗୁଡା, ଏମାନଙ୍କୁ ଯେତେ କହିଲେବି ବୁଝିବେନି । ଅଧା
କାମ ଛାଡ଼ି କୁଆଡେ଼ ଗାୟବ ।”
ଆରାଧ୍ୟା ଜାଣେ ଗାଳିଟା କାହା ଉଦ୍ଦେଶ୍ୟରେ ।
‘କୋଉଠି ଆରେଞ୍ଜମେଣ୍ଟ ହେଇଛି?’ ସିଟ୍ବେଲ୍ଟ ଭିଡିସାରି ପଚାରିଲା ଆରାଧ୍ୟା ।
ଦ୍ବିବେଦୀ ଫାର୍ମ ହାଉସ୍ ମ୍ୟାଡ଼ମ୍ । ଗାଡ଼ି ଷ୍ଟାର୍ଟ କରୁକରୁ କୁମାର ଉତ୍ତର ଦେଲା । ଏଠୁ ୱାନ୍ ଥାର୍ଟି କିଲୋମିଟର ।
ଏଥର ଏତେ ଦୂରରେ!
ହଁ କିଛି ଫରେନ୍ ଡେଲିଗେଡ଼୍ସ୍ ଆସୁଛନ୍ତି । ସେଠି ସ୍ପେସ୍ ଅଧିକା । ଆଉ ସବୁ ସୁବିଧା, ସହର ଠାରୁ ଦୂର…ସାର୍ଙ୍କୁ ପସନ୍ଦ ବୋଲି ଗଲାଥର ବି ତ ସେଇଠି ହେଇଥିଲା । ଆପଣ ଆସିନଥିଲେ ।
ମ୍ୟାଡ଼ମ୍ ଆର ୟୁ କମ୍ଫଟେବଲ୍?
ଆଇ ଆମ ଓକେ । ଏସି ଅଫ୍ କରି ଦିଅ । ଉଇଣ୍ଡୋ ଖୋଲା ରହିଲେ ମତେ ବେଶୀ ଭଲଲାଗେ ।
ମତେବି ।
ତାଙ୍କ ଆଡ଼କୁ ଥରେ ଚାହିଁଲା କୁମାରା ଅନ୍ୟ ଦିନଠାରୁ ଆଜି ଯଥେଷ୍ଟ ଗମ୍ଭୀର ଦିଶୁଛନ୍ତି । କିଛି ଆଉ କହିଲାନାହିଁ, ଚୁପ୍ଚାପ୍ ଗାଡ଼ି ଚଲେଇ ବାଟ କାଟିଦେଲା ।
ବାସ୍ ଏଇଠି । ଆସନ୍ତୁ ମାମ୍ । ଭିତରକୁ ଯିବା ।
ତୁମ ସାର୍?
ଏୟାରପୋର୍ଟ ଯାଇଥିବେ । ତାଙ୍କୁ ପିକ୍ କରିବେ । ଆକ୍ଚୁଆଲି ଆଜିର ଅତିଥି ସ୍ପେଶାଲ୍ । ସାର୍ ନିଜେ ରିସିଭ୍ କରିବେ କହିଲେ ।
ଏଇ ଆସୁଥିବେ, ଆପଣ ଆସନ୍ତୁ ।
କିଛି ନେବେ?’
‘ନୋ ଥାଙ୍କସ୍’ ।
Comments are closed.