ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୨୫
ଆରାଧ୍ୟା କପାଳରେ ବିନ୍ଦୁ ବିନ୍ଦୁ ଝାଳ । କୁମାର ଅନେକ ବେଳୁ ଲକ୍ଷ୍ୟ କରୁଛି, ତାଙ୍କ ଅବାନ୍ତର ପ୍ରଶ୍ନ, ଆଉ ତାଙ୍କ ଅସ୍ଥିରତା ।
ମ୍ୟାଡ଼ମ୍ ଆଜି ଠିକ୍ ନାହାନ୍ତି ବୋଧହୁଏ ।
ଏସି ତ ପୁରା ଚିଲ୍ଡ ଅଛି । ଆପଣଙ୍କ କପାଳରେ ବିନ୍ଦୁ ବିନ୍ଦୁ ଝାଳ । ଆପଣ ଠିକ ଅଛନ୍ତି?’
ତୁମେ କୁଆଡେଯାଇଥିଲ କୁମାର?
ଆପଣ ଗଲେନି ମୁଁ ନେଇଆସିଲି । ନିଅନ୍ତୁ ଡିନର୍ ।
ଓଃ.. ଏଇଥି ପାଇଁ ? ମତେ କିନ୍ତୁ ଇଛା ନାହିଁ ।
‘ଅଳ୍ପ!’
ନା…ମୁଁ ଘରକୁ ଯିବାକୁ ଚାହେଁ ।
ଏବେ ତ’ ପାର୍ଟି ଷ୍ଟାର୍ର ହେଲା । ସାର୍ଙ୍କର ଲେଟ୍ ହବ । ଆପଣ ଏନ୍ଜଏ କରନ୍ତୁ ମ୍ୟାଡ଼ମ ।
ବୁଝାଅନି ମତେ କ’ଣ କରିବାରୁ ହବ । ନିଜ କାମରେ ମନ ଦିଅ ।
….ସରି ।’
ଏମିତି କଥାରେ ଯେ କେହି ଅପମାନିତ ଫିଲ୍ କରିବ । କୁମାର କଲାନି । ସେ ଜାଣେ ଆରାଧ୍ୟାର ଉଦ୍ଦେଶ୍ୟ ସେଇୟା ନୁହେଁ ।
ଓଃ କୁମାର ମୁଁ ଅକାରଣରେ ଚିଡିଗଲି । ଆଇ ଆମ ସରି । ଦେହ ଟିକେ ଭଲ ଲାଗୁନି । ତୁମେ ସାର୍ଙ୍କୁ କହି ଦେବ । ମୁଁ ଯାଉଛି ।
ଇଟ୍ସ ଓକେ ମାମ୍ । ଯିବେ? ହେଲେ କାହା ସହ?
କାଇଁ, ଡ଼୍ରାଇଭର ନାହିଁକି?’
ସେ ଚାଲିଗଲାଣି । ଜଣେ ଅଛି, ସାରଙ୍କ ଡ଼୍ରାଇଭର । ଗେଷ୍ଟଙ୍କୁ ନେଇ ଏୟାରପୋର୍ଟରେ ଛାଡିବ । ରାତି ଚାରିଟାରେ ତାଙ୍କ ଫ୍ଲାଇଟ୍ ଅଛି ।’‘
ତାହେଲେ କ’ଣ କହୁଛ? ମୁଁ ଚାଲିଚାଲି ଚାଲିଯିବି?
ପ୍ଲିଜ୍ ମ୍ୟାଡ଼ମ ।
ଓକେ ଟିକେ ଅପେକ୍ଷା କରନ୍ତୁ । ରୁହନ୍ତୁ ମୁଁ ନେଇ ଛାଡ଼ି ଆସିବି । ଖାଲି ସାର୍ଙ୍କୁ ଟିକେ ଜଣେଇ ଦିଏ ।
କ୍ରମଶଃ…..
Comments are closed.