Latest Odisha News

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୧୩)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’

ସମ୍ଭବ ଅନୁଭବ କରୁଛନ୍ତି ଆସ୍ଥା ପ୍ରକୃତରେ ଠିକ ନାହାନ୍ତି ! ପିଲାମାନେ ବି ଅନୁଭବ କଲେଣି ମାମାଙ୍କର କିଛି ଗୋଟେ ହୋଇଛି ! ପାପାଙ୍କୁ କହି କିଛି ଗୋଟେ କରିବାକୁ ପଡିବ ! କଣ ବି କରିବେ ସେମାନେ ? କୁନି ପିଲା ,ଏପଟେ କରୋନାର ପ୍ରାଦୁର୍ଭାବ ବଢି ବଢି ଚାଲିଛି ! ତଥାପି କରିବାକୁ ତ ପଡିବ .।

*ଏପଟେ ଇଆଡୁ ସିଆଡୁ ଭାବି ଭାବି ଆସ୍ଥାର ଆଖି ଟିକେ ଲାଗି ଯାଇଛି ! ଘଣ୍ଟା ଘଣ୍ଟାରେ ସମୟ ଠିକ ଚାରିଟା ତିରିଶ ମିନିଟ !ଆସ୍ଥା ଚମକି ଉଠି ବସିଲା ,ଦୁଆର ମୁହଁରେ” ପ୍ଲିଜ ଓପନ ଦ ଡୋର୍ “କହି କଲିଂ ବେଲ୍ ଟି ଅତର୍କିତ ଭାବରେ ବାଜି ଉଠିଥିଲା ।

ଆସ୍ଥା ଡୋର୍ ଖୋଲିଲା ବେଳକୁ ତା ମନରେ ଥିବା ଚିଡ଼ଚିଡ଼ା ପଣ ମୁହଁରୁ ବାରି ହୋଇ ପଡୁଥିଲା ! ଚାପିଲା ଗଳାରେ କହୁଥିଲା , ମଣିଷକୁ ଆଉ କେତେବେଳେ ଟିକେ ଏ ଘରେ ନିସ୍ତାର ମିଳିଲାନି ! “ଖାଲି କାମ କାମ ଆଉ କାମ ” ,କହି ଗରଗର ହେଉଥିଲା ଆସ୍ଥା !!

ସମ୍ଭବ ପିଲା ମାନଙ୍କୁ ଧରି ଘର ଭିତରକୁ ପଶି ଆସୁ ଆସୁ , ଆଜି ତମର ସବୁ କାମ ବନ୍ଦ , କେବଳ ଉପଭୋଗ କରିବା ର ଦିନ ସମୟ କୁ , ଜୀବନ କୁ !! ଯାଅ ପିଲାଙ୍କୁ ରେଡି କରି ଶୀଘ୍ର ଶୀଘ୍ର ନିଜେ ରେଡି ହୋଇ ବାହାରି ପଡ଼ ! ସମ୍ଭବ ଙ୍କର ଏଭଳି ଆକସ୍ମିକ ପରିବର୍ତ୍ତନରେ ଆସ୍ଥା ଭୟ ରେ ଟିକେ ଶଙ୍କି ଯାଇଥିଲା !! “ଆରେ ମୁଁ ବାଘ ନା ଭାଲୁ ମୋତେ ଏମିତି ଚାହିଁ ରହିଛ ଯେ ! ଯାଅ ଶୀଘ୍ର ଶୀଘ୍ର ବାହାରି ପଡ଼ ,ହଁ ମୋ ପସନ୍ଦ ର ଶାଢ଼ୀ ଟି ଆଜି ନିଶ୍ଚୟ ପିନ୍ଧିବ ପ୍ଲିଜ ! ସମ୍ଭବଙ୍କର ଏଭଳି କଥା ତାକୁ ଟିକେ ଅଡ଼ୁଆ ଅଡୁଆ ଲାଗୁଥିଲା ସତ ହେଲେ ପିଲାମାନଙ୍କୁ ରେଡି କରି ନିଜେ ସମ୍ଭବ ଙ୍କ ମନ ପସନ୍ଦର ଶାଢ଼ୀଟିଏ ପିନ୍ଧି ରେଡି ହୋଇ ବାହାରି ପଡ଼ିଲା ।

 

କ୍ରମଶଃ

Leave A Reply

Your email address will not be published.