Latest Odisha News

BREAKING NEWS

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: କଥା ଦେଇ କଥା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ଜୁନ୍ ୨୦ ତାରିଖରେ ମୟୁରଭଞ୍ଜ ଆସିବେ ପ୍ରଧାନମନ୍ତ୍ରୀ । ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ତାଙ୍କ ଗାଁକୁ ବୁଲି ଆସିବାକୁ କଥା ଦେଇଥିଲେ ମୋଦି। ଆଉ ଏବେ ଆସିବାର ଯୋଜନା କରିଛନ୍ତି । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।

ଓଡ଼ିଶାରେ ପ୍ରଥମ ଥର ଖୋଲିବାକୁ ଯାଉଛି Indian institute of forest management । ମୟୂରଭଞ୍ଜ କୁସୁମୀ ବ୍ଲକ ସୁଳିଦୁମାରେ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ପୂର୍ବରୁ ଜବତ ବାଘ ଛାଲ ସହ ଅନ୍ୟ ଜନ୍ତୁଙ୍କର ବୈଜ୍ଞାନିକ ପରୀକ୍ଷା ପାଇଁ ଡେରାଡୁନକୁ ପଠେଇବାକୁ ପଡୁଥିଲା । ହେଲେ ଏହି ଅନୁଷ୍ଠାନ ଖୋଲାହେଲେ ଓଡ଼ିଶାରେ ପ୍ରାଣୀ ପରୀକ୍ଷଣ ସହଜ ହେବ ।

ଅନ୍ୟପଟେ, ଆସନ୍ତା ୧୯ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ରାଇରଙ୍ଗପୁର ଆସିବେ ବୋଲି ସୂଚନା ମିଳିଛି । ରାଇରଙ୍ଗପୁରରେ ନବନିର୍ମିତ ଷ୍ଟାଡିୟମ୍ ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ।

Leave A Reply

Your email address will not be published.