ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
ଆସ୍ଥା ଦେଖିଲା ବେଳକୁ ମୋବାଇଲରେ ଅଜଣା ନମ୍ବରଟେ !! ସେ ଯେତେବେଳେ ବି ସ୍ୱପ୍ନିଲ ଙ୍କର କଲ୍ ରିସିଭ୍ କରିଛି କିଛି କ୍ଷଣ ଖୁସି ପାଇଁ ତାକୁ ପୁଳାଏ ଦୁଃଖ ,ଯନ୍ତ୍ରଣା ,ଅସହାୟତାକୁ ଗଟଗଟ କରି ପିଇବାକୁ ପଡିଛି ! ଆଉ ସ୍ୱପ୍ନିଲଙ୍କର ଫୋନ କଲ୍ ନୁହେଁ ତ ? ମନରେ ସନ୍ଦେହ କରି ମୋବାଇଲ ପାଖକୁ ଗଲା ବେଳକୁ ଫୋନଟି କଟି ଯାଇଛି !
କିଛି ସମୟ ପରେ ମୋବାଇଲ ପୁଣି ରିଂ ହେଲା । ଆସ୍ଥା କଲ୍ ଟି ରିସିଭ୍ କଲା ପରେ ଚଟାଣରେ କଚାଡି ହୋଇ ଖୁବ ଜୋରରେ ତଳେ ପଡ଼ି ସେନ୍ସ ଚାଲି ଗଲା !
କିଛି ସମୟ ପରେ ସେନ୍ସ ଆସିଚି । ଏପଟ ସେପଟ ନଜର ବୁଲାଇ ପାଟି ଭିତରେ ଗାମୁଛା ଭର୍ତ୍ତି କରି ଛାତି ଫଟେଇ କାନ୍ଦି କାନ୍ଦି ତଳେ ଲୋଟି ଯାଇଥିଲା ଆସ୍ଥା !! ରିସିଭ ର୍ ଟି ହୋଲ୍ଡ଼ରେ ଥିଲା ।ରିସିଭ ର୍ ସେପଟୁ କେହି ଜଣେ ବ୍ୟସ୍ତ ହୋଇ କହିବାର ଶୁଣାଯାଉଥିଲା, ପ୍ଲିଜ କାନ୍ଦନ୍ତୁନି ଧର୍ଯ୍ୟ ଧରନ୍ତୁ !! ଆସ୍ଥା ର କାନ୍ଦଣାର ସ୍ୱର ଏତେ ଏତେ କରୁଣ ଥିଲା ଯେ ସେ ଆଉ ସଯ୍ୟ କରି ନ ପାରି ବାଧ୍ୟ ହୋଇ ସେପଟୁ ଫୋନ ରଖି ଦେଇଥିଲେ !!
ସ୍ୱପ୍ନିଲ ଏକ ରୋଡ଼ ଆକ୍ସିଡେଣ୍ଟ ରେ ……!! କଥାଟିକୁ ବିଲକୁଲ ବି ଗ୍ରହଣ କରି ପାରୁ ନ ଥିଲା ଆସ୍ଥା ! ପ୍ରାଣଠାରୁ ପ୍ରିୟ ଲୋକଟି ଏମିତି କିଛି ନଜଣେଇ ହଠାତ୍ !! ଯାହା ବି ହେଉ ସତଟା ଯେତେ ନିଷ୍ଠୁର ଆଉ ଅସହ୍ୟ ହେଲେ ବି ତା ନିଷ୍ଠୁରତା ଆଗରେ ଆମକୁ ମୁଣ୍ଡ ନୁଆଁଇବାକୁ ହିଁ ପଡ଼ିଥାଏ ! ଆସ୍ଥା ବା ଏଥିରୁ ବାଦ ଯିବ କେମିତି !ତୁହା କୁ ତୁହା କାନ୍ଦୁଥାଏ ।କାନ୍ଦି କାନ୍ଦି ବାଥରୁମ ଭିତରକୁ ପଶିଗଲା ଆସ୍ଥା ! ସ୍ୱପ୍ନିଲ ପାଇଁ ସାୱାର୍ ତଳେ ଛିଡ଼ା ହୋଇଛି ତ ହୋଇଛି …….କେତେବେଳ ଯାଏଁ ହୋସ ନାହିଁ ତାର ! ସାରାଟା ଦେହ ତିନ୍ତି ଗୋଟା ପଣେ ଥରୁଥିଲା …..!ସ୍ୱପ୍ନିଲ ପାଇଁ ମୁଣ୍ଡ ଧୋଇ ଗା ଧୋ ଇ , ଅଶ୍ରୁ ତର୍ପଣ କରିଥିଲା ଆସ୍ଥା !!
Comments are closed.