Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୨୦)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’

କ’ଣ କହିବେ କୁହନ୍ତୁ ନା , ଆସ୍ଥା ଗମ୍ଭୀର ସ୍ୱର ରେ ଉତ୍ତର ଦେଲା ! ମୁଁ କହିଦେଲେ କଣ ଆପଣ ମୋ କଥାକୁ ଏତେ ସହଜରେ ବିଶ୍ୱାସ କରିଯିବେ ନା କଣ ,ସାଗର ଦୃଢ଼ତାର ସହିତ ଉତ୍ତର ଦେଲା ?”

କେମିତି ଭାବୁଛନ୍ତି ଯେ ମୁଁ ଏତେ ସହଜ ରେ ଆପଣଙ୍କ କଥାକୁ ବିଶ୍ୱାସ କରିଯିବି ? ବାର ବର୍ଷରୁ ଉର୍ଦ୍ଧ୍ବ ହେବ , ମାନେ ଗୋଟିଏ ଯୁଗ ଅତିକ୍ରମ କରି ସାରିଛି ,ଆମ ସମ୍ପର୍କକୁ ! ତାହାବି ବିନା ଦେଖା ଚାହାଁରେ ଆଉ ବିନା ସ୍ୱାର୍ଥରେ !! ଅଦୃଶ୍ୟ ପ୍ରେମ ,ସାତ୍ତ୍ଵିକ ପ୍ରେମ ,ସ୍ବର୍ଗୀୟ ପ୍ରେମ !! ଯାହା ବି ତୁମେ କହିପାର । ଆଉ ଏ ବିଷୟରେ ଅଧିକ ଆଲୋଚନା କରିବା ଅର୍ଥ ପ୍ରକୃତ ଭଲ ପାଇବାର ଅପମାନ କରିବା ବା ଭଲପାଇବାର ସଂହାର କରିବା ! ତେଣୁ ଏ ବିଷୟରେ ଚର୍ଚ୍ଚା କଲେ ଭଗବାନ ବି ଆମ ଉପରେ ଅସନ୍ତୁଷ୍ଟ ହେବେ ! ତେଣୁ ମୁଁ ଏବିଷୟରେ ନୀରବ ରହିବାକୁ ପସନ୍ଦ କରିବି ! ଆସ୍ଥା ଖୁବ ଶାନ୍ତ ଗଳାରେ ସାଗରକୁ ଉତ୍ତର ଦେଲା ।

କେମିତି ଆପଣଙ୍କ ମନରେ ବିଶ୍ୱାସ ଦେବି ମୁଁ ବି ଜାଣି ପାରୁନି,ସାଗର ଏକ ଦୀର୍ଘ ଶ୍ବାସର ସହିତ !  ସ୍ୱପ୍ନିଲ ମୋ ସାଙ୍ଗରେ ଏକ ପ୍ରକାର ରହୁଥିଲା କହିଲେ ଚଳେ ଏତିକି ଜାଣି ରଖନ୍ତୁ । ଖିଆପିଆ , ବସିବା ଉଠିବା ଶୋଇବା ସବୁ ପ୍ରାୟ ଏକାଠି ଆମେ କରୁଥିଲୁ ।ତେଣୁ ତାର ସବୁ ଟିକ୍ ନିଖ୍ ଖବର ମୋ ପାଖରେ ଥିଲା ! ଆପଣଙ୍କର ଯଦି ମୋ ଉପରେ ବିଶ୍ବାସ ହଉନି ତେବେ ପ୍ରମାଣ ଆକାରରେ ତା ମୋର ଘନିଷ୍ଠତା କେତେ ୱା ଟ୍ ସାପ୍କ ରେ ସେଣ୍ଡ କରିବି ଫୋଟୋ ………କହିବେ ଯଦି !!ସେ ଯେତେ ଭୁଲ କାମ କଲେ ବି ,ମୁଁ ତାକୁ ଖୁବ ଭଲ ପାଉଥିଲି !! ତେଣୁ ତାକୁ ଏକା ଛାଡି ଯାଇପାରୁନଥିଲି ! ରାଗି କି ଦିନେ ଦୁଇ ଦିନ ଚାଲିଗଲେ ସେ ମୋତେ ପୁଣି ଫେଇଆସିବାକୁ ବାଧ୍ୟ କରିଦେଉଥିଲା ,କେବେ ରାଣ ପକେଇ କି ତ କେବେ ଲୁହ ଗଡେଇ !! ବାରମ୍ବାର ବାରମ୍ବାର ବୁଝେଇଛି ……ହେଲେ !!
ଓଃ ……!!

 

କ୍ରମଶଃ…

Comments are closed.