Latest Odisha News

କବିତା : ଆସ ମାଆ

ଚନ୍ଦ୍ରଶେଖର ପଣ୍ଡା 

ଥରଟିଏ ମା’ ସରଗ ରାଇଜୁ
ଏ ଧରାକୁ ଯେବେ ଆସନ୍ତ ।
କେମିତି ଚାଲିଛି ତୁମଗଢା ଧରା
ଦେଖିକି ଚକିତ ହୁଅନ୍ତ ।

କେତେ ଆଦରରେ ମଣିଷ ଗଢ଼ିଲ
ପ୍ରାଣୀ ମଧ୍ୟେ ସାର କରି
ବୁଦ୍ଧି ବିବେକ ତା ମୁଣ୍ଡେ
ଭରିଥିଲ
ସଂସାର ହସିବ ବୋଲି ।
ସବୁକିଛି ଆଜି ହଜିତ
ଗଲାଣି
ତୋ ଭାଵନା ହେଲା ବୃଥା
ଆଖିରେ ଦେଖିଲେ ଜାଣିବୁ ସିନାତୁ
ସତ କି ମିଛ ଏ କଥା।
ବାପା ମା’ ପରା ଜୀବନ୍ତ
ଠାକୁର
ସେକଥାକୁ ଭୁଲି ଯାଇ
ଗଳା ଧକା ମାରି ଦୁଆର
କିଳନ୍ତି
ପିଲାଦିନ କଥା ଭୁଲି।
ଭାଇ ବେକେ ଭାଇ
ଛୁରୀ ଚାଳି ଦିଏ
ଗୃହ ଲକ୍ଷ୍ମୀ ଦେହେ ନିଆଁ
ଦେବସ୍ୱ ରାଜସ୍ୱ ବ୍ରହ୍ମସ୍ଵ
ଖାଇବା
ପାଇଁ କେ କରିଛି ଆଁ।
ସ୍ବାମୀ ଭକ୍ତି ସାତ ସପନ
ହେଲାଣି
କଥାରେ ଉଠୁ ବ’ସ
ନତୁବା ଲମ୍ପଟ ହାତେ
ପ୍ରାଣଯାଏ
ମିଳେନି ହାଡ ମାଉଁସ ।
ସ୍ବାମୀ ଗୁରୁ ସ୍ବାମୀ ପରମ ବାନ୍ଧବ
ବାନ୍ଧି ହେଲାଣି ପୋଥିରେ
ଶାଶୁ ବୁଢ଼ୀ ଭାତ ରାନ୍ଧି
ପରଷଇ
ବୋହୁ ବିଛଣା ଆଦରେ ।

ସାତରୁ ସତୁରୀ ନାରୀ ପାଇଁ ଏଠି
ସୁରକ୍ଷା ସାତ ସପନ
ନାରୀ ମାଂସ ଲୋଭୀ ମାନବଭୁଲଇ
ସବୁହିତା ହିତଜ୍ଞାନ ।
ଆତ୍ମ ଅଭିମାନେ ରଣଭେରୀ ଫୁଙ୍କି
ମଣିଷ ରକତେ ହୋରି
ଖେଳିବାକୁ ରଣ ହୁଙ୍କାର
ଦିଏ କେ
ମହିଷାସୁରର ପରି ।
ମଣିଷ ବ୍ୟତୀତ ଆଉ
ଯେତେ ଜୀବ
ସବୁତ ଠିକ୍ ଅଛନ୍ତି
ବିବେକ ଥାଇବି
ଅଵିଵେକ ପରି
ମଣିଷ କାହିଁକି ହୁଅନ୍ତି।
ଥରଟିଏ ଆସି
ମଣିଷ ମନରୁ
ଫେଡନ୍ତୁ ଅଜ୍ଞାନ ଯେବେ
ଦୁଃଖ ରାଶି ସଵୁ
ଉଭେଇ ଯାଆନ୍ତା
ହସନ୍ତା ଏ ଧରା ତେବେ ।
ପବିତ୍ର ପାର୍ବଣେ ଯୋଡୁଅଛୁ କର
ଵେଗେ ବେଗେ ମାଆ
ଆସ
ଶାନ୍ତି ମୈତ୍ରୀ ପ୍ରୀତି ଭାବ
ଵରଷିଦେ
ଫୁଟୁସବୁ ମୁଖେ ହସ ।

ପ୍ଳଟ ନ଼ମ୍ଵର-୧୮୫୩/୩୭୨୦
କପିଳ ପ୍ରସାଦ
ମହତାବ ରୋଡ଼
ଭୁବନେଶ୍ଵର
ଫୋ-୯୪୩୮୧୮୫୭୮୫

Leave A Reply

Your email address will not be published.