Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୨୧)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’

ହେଲେ ….ହେଲେ କଣ ସାଗର ବାବୁ ! ଆପଣ ତାଙ୍କ ବିଷୟରେ ଯାହା କହିଦେବେ ମୁଁ ବିଶ୍ବାସ କରିଯିବି !! ନୋ ….ନଟ୍ ଆଟଲ ! ଶୁଣନ୍ତୁ ସାଗର ବାବୁ ଏମିତି ରେ ବି ମୁଁ ବହୁତ ଡିଷ୍ଟର୍ବ ଅଛି ,ତେଣୁ ପ୍ଲିଜ ଆଉ ଅଧିକ ଡିଷ୍ଟର୍ବ କରନ୍ତୁନି !! ଫୋନ ରଖନ୍ତୁ କହି ଫୋନ ରଖିଦେଲା ବେଳେ !

ସେପଟୁ ସାଗର ବାବୁ କହିବାର ଶୁଣାଯାଉଥିଲା ….”ମୁଁ କହୁଛି ବୋଲି ନୁହେଁ ଆସ୍ଥା ମାଡାମ୍ ,ଆପଣ ନିଜେ ନିରୋଳାରେ ଟିକେ ମୁଣ୍ଡ ଥଣ୍ଡା କରି/ସ୍ଥିର କରି ଚିନ୍ତା କରିବେ ଯେ, ସ୍ୱପ୍ନିଲ ଆପଣଙ୍କୁ କେବେ ବି ଆଭୋଏଡ଼ କରି ନାହାନ୍ତି , କେବେ ମିଛ କହି ନାହାନ୍ତି ଯୋଉଟା କି ଆପଣ ପଛରେ ଜାଣି ପାରିଛନ୍ତି ,ଆପଣଙ୍କ ସହିତ କେବେ ଶଠତା କରି ନାହାନ୍ତି ??!!” ଏମିତି କିଛି ହେଇନି ଯାହା ଫଳରେ ଆପଣ ସ୍ୱପ୍ନିଲ କୁ ସନ୍ଦେହ କରି ନାହାନ୍ତି ??!! ସତ କହିବେ ଆସ୍ଥା ମାଡାମ୍ !

ପ୍ରଶ୍ନଗୁଡ଼ିକର ସାମ୍ନା କରି ନ ପାରି ଆସ୍ଥା ବ୍ୟସ୍ତ ବିବ୍ରତ ହୋଇ ସାଙ୍ଗେ ସାଙ୍ଗ ଫୋନ ସୁଇଚ୍ ଅଫ୍ କରି ଦେଲା !

କ୍ରମଶଃ……..

Comments are closed.