ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
କ’ଣ ପାଇଁ ଫୋନ ସୁଇଚ ଅଫ୍ ? କଲିଂ ବେଲ୍ ମାରି ବେଦମ ,ଡୋର୍ ଖୋଲୁନ ?କଥା କଣ ?! ମନଇଚ୍ଛା କାରବାର । ସ୍ୱାମୀ , ପିଲାମାନେ ବାହାରେ ଅଛନ୍ତି କାଳେ କେତେବେଳେ କଣ ଦରକାର ପଡିବ ସେ ଚିନ୍ତା କଣ ମାଡାମ୍ ଙ୍କର ଅଛି ! ଯାଇଛନ୍ତି ତ ଘରକୁ ଫେରିବା ବେଳ ହେଲେ ଫେରିବେ ,ଯିବେ କୁଆଡ଼େ ,ଏୟା ନା ?!ଏୟା କହି
ରାଗରେ ଜର୍ଜର ସମ୍ଭବ ପାଟିକରୁଥାନ୍ତି ଖୁବ ଜୋର ରେ !
ସମ୍ଭବଙ୍କର କଥା ଗୁଡାକ ତୀକ୍ଷ୍ଣ ଶର ଭଳି ବିଦ୍ଧ ହୋଇଯାଉଥଲା ଆସ୍ଥା ଦେହରେ !ତଥାପି ଆସ୍ଥା ସେମିତି ଡୋର୍ ଟା ଖୋଲି ଗୋଟିଏ କୋଣରେ ନିର୍ଜୀବ ବସ୍ତୁଟେ ଭଳି ଠିଆ ହୋଇଥାଏ !ସମ୍ଭବ ଧୁଆଧୋଇ ଆସି ଖାଇ ଗଡ଼ିବାକୁ ଗଲେ । ଗଡୁ ଗଡୁ ତାଙ୍କ ଆଖି ମଧ୍ୟ ହାଲ୍କା ଲାଗିଯାଇଥିଲା । ଆସ୍ଥା ଗ୍ୟାସ ଚୂଲା ପୋଛି କାମ ସାରିଲା ,ସେମିତି ଖରାବେଳଟା ବିତିଗଲା ପଛେ ଆସ୍ଥା ଆଖିରେ କିନ୍ତୁ ପଲକ ବି ପଡିଲାନି ; ସ୍ୱପ୍ନିଲ ଙ୍କର ମୁହଁ ଆଉ କଥା ଖାଲି ଆଖି ଆଗରେ ନାଚି ଯାଉଥିଲା ! ଅଜାଣତରେ ଝରୁଥିବା ଆଖିର ଲୁହ ବନ୍ଦ ହେବାର ବୋଲ ମାନୁ ନଥିଲେ ! କେଜାଣି କାହିଁକି ଛାତିର ନିଭୃତ କୋଣରୁ କେତେ ନାଇ କେତେ କୋହ ଉଠୁଥିଲା ! ସମୟ ସୁଅରେ ଏମିତି କିଛି ଦିନ ଗଡି ଚାଲିଲା ।
କ୍ରମଶଃ
Comments are closed.