ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
ବାସ୍ ଘରେ କେହି ନାହାନ୍ତି , ମନଖୋଲି ନିମି ଅପାଙ୍କ ଆଗରେ କାନ୍ଦି ପାରିବ ଆସ୍ଥା ! କାହିଁ କେତେ ଦିନୁ ଖୋଜି ହେଉଥିଲା ନିମି ଅପାଙ୍କୁ ! ଫୋନ ରିସେଟ ହୋଇ ନମ୍ବରଟି ଡିଲିଟ୍ ହୋଇ ଯାଇଥିଲା ! ୟାକୁ ବୋଧେ କୁହନ୍ତି ଟେଲିପାଥି ! ନିମି ଅପା ବି ଆଉ ରହି ପାରିନଥିଲେ ଆସ୍ଥା ସାଙ୍ଗରେ କଥା ନ ହୋଇ !
ତୋର କଣ ଫୋନ ଫାନ ନାହିଁ ? କଥା କଣ ତୁ ଠିକ ଅଛୁ ତ ନା ମୋତେ ଭୁଲି ଯାଇଛୁ ? ନିମି ଅପାଙ୍କର ଅଭିମାନ ମିଶା କଅଁଳିଆ ପାଟିରେ ଆସ୍ଥା ଆଉ ନିଜକୁ ସମ୍ଭାଳି ରଖିପାରିନଥିଲା ,ଭେଁ କିନା କୁନି ପିଲା ଭଳି ବିକଳ ହୋଇ କାନ୍ଦି ଉଠିଥିଲା !!
କଣ ହେଲା କିରେ ମାଆ ଏତେ ଲୁହ ଏତେ କୋହ ?! ଯାହା ଅଛି ନିଗାଡି ଦେ ମୋ ଆଗରେ ! ନିମି ଅପା ଅଛି ପରା ଏତେ ବ୍ୟସ୍ତ କଣ ପାଇଁ ?! ସତରେ ନିମି ଅପା ଙ୍କର ଆଶ୍ୱାସନା ଭରା ପଦିଏ କଥାରେ ଯେ କେତେ ମହଣର ମହୁ ଥିଲା ……..କେଜାଣି , କେତେ ମହଣର ବରଫ ସାଇତା ଥିଲା ତାଙ୍କ କଥା ରେ କେଜାଣି…. ….!! ଆଃ…..!! କିଛି କ୍ଷଣରେ ଆସ୍ଥାର ସାରାଟା ଶରୀରଯେମିତି ମିଠା ପଣ ଆଉ ଶୀତଳତା ଭରି ହୋଇ ଯାଇଥିଲା ! ନିମି ଅପାଙ୍କୁ ଗୋଟି ଗୋଟି କରି ସବୁ କଥା ଖୋଲି କହିଥିଲା ଆସ୍ଥା । ସବୁ କଥା ଶୁଣି ବା ପରେ ନିମି ଅପାଙ୍କର ଏକ ଯନ୍ତ୍ରଣା ମିଶା ଦୀର୍ଘ ଶ୍ବାସରେ ଆସପାଶ କିଛି ସମୟ ପାଇଁ ଗରମ ରହିଲା ଯେମିତି ! ବାସ୍ ତାପରେ ସ୍ୱାଭାବିକ !
କ୍ରମଶଃ
Comments are closed.