ଶକ୍ତିପ୍ରଦା ମହାପାତ୍ରଙ୍କ ଉପନ୍ୟାସ ‘ଦଗ୍ଧ ଉପବନ’
ଆସ୍ଥାର ବାହାଘର ହୋଇଯାଏ ରାଉରକେଲାର ଜଣେ ଜଣାଶୁଣା ଯୁବ ଓକିଲ ସମ୍ଭବଙ୍କ ସହିତ । ଜଣେ ମଣିଷ ହିସାବରେ ଖୁବ୍ ଭଲ ଥିଲେ ସମ୍ଭବ । ଆସ୍ଥାର ଛୋଟଛୋଟ ଖୁସିକୁ ନେଇ ଯତ୍ନଶୀଳ ଥିଲେ । ଆସ୍ଥାର ବ୍ୟବହାର, ଚାଲିଚଳଣୀ ,ସଂସାର ଓ ସମ୍ଭବମନସ୍କ ପ୍ରାଣ ପାଇଁ ସମ୍ଭବ ତାକୁ ଖୁବ୍ ଭଲ ପାଉଥିଲେ । ତାର ଲେଖାଲେଖି ପ୍ରତି ମଧ୍ୟ ଖୁବି ଯତ୍ନଶୀଳ ଥିଲେ ସେ । ପୁଅ ସ୍ୱୟଂ , ଝିଅ ସ୍ବାହା ଏବଂ ସମ୍ଭବଙ୍କୁ ନେଇ କେମିତି ଦିନ ଗୁଡିକ ଵିତିଯାଉଥିଲା ଆସ୍ଥା ଜାଣିପାରୁନଥିଲା ।
ଦିନେ ଏକ କ୍ଳାନ୍ତ ମଧ୍ୟାହ୍ନରେ ପିଲାମାନେ ଯେତେବେଳେ ସ୍କୁଲରେ ଆଉ କୋର୍ଟରେ ସମ୍ଭବ କଳାହାଣ୍ଡିଆ ମେଘଟେ କୁଆଡ଼େ ଥିଲା କେଜାଣି ପଵନ ଓ ଘଡଘଡି ବିଜୁଳି ସହିତ ବର୍ଷିଚାଲିଲା ଅନର୍ଗଳ ! ଖୁବ୍ ଭୟଙ୍କର ହୋଇ ପଡୁଥିଲା ପ୍ରକୃତି ! ହଠାତ୍ କରେଣ୍ଟ୍ ଚାଲିଗଲା । ଫୋନଟା ବି ଗର୍ଜି ଉଠିଲା ଅତର୍କିତ ଭାବରେ ! ମେଘ ପବନରେ ଛାଇ ଯାଇଥିଲା ଅନ୍ଧାର !ଖୁବ୍ ଡ଼ରି ଡ଼ରି ଫୋନ ଉଠାଇଲା ଆସ୍ଥା ! ଫୋନ ସେପଟୁ ବହୁ ପୁରାତନ ଚିହ୍ନିଲା ସ୍ୱରଟେ । “ଆସ୍ଥା ତ ଆପଣ!”
ଏ ତିନୋଟି ଶବ୍ଦ ଯେମିତି ଓଦା କରିଦେଲା ଆସ୍ଥାର ସମଗ୍ରତାକୁ।
ସେ ପାଖରୁ ଶୁଣାଯାଉଥିଲା କରୁଣ କଣ୍ଠସ୍ବର-ମୁଁ ସ୍ୱପ୍ନିଳ
ଆସ୍ଥା ….ସ୍ୱପ୍ନିଳ । ବହୁ କଷ୍ଟରେ ଫୋନ୍ ନମ୍ବର ପାଇଛି ।
ଓଃ ସ୍ୱପ୍ନିଳ ! ଦୀର୍ଘ ବାର ବର୍ଷ ପରେ ? .ବାର ବର୍ଷରେ ଗୋଟିଏ ଯୁଗ ଯେ ! ବାହାଘର ଠିକ ହେବା କଥା କହିଲି ବୋଲି ଫୋନ କାଟିଦେଲ କିଛି ନ କହି ! ତାପରେ ନିଖୋଜ !ପୁଣି ଏବେ,ଏତେଦିନ ପରେ କଣ ପାଇଁ ଆସିଲ…… ଜାଣିଛ , ୟା ଭିତରେ ସମୟ କେତେ ପରିବର୍ତ୍ତନ ହୋଇଯାଇଛି ? ପାଣିଧାର ପରି ବୋହି ଯାଇଛି ଜୀବନ , ସେ ସବୁ ଋତୁ ବଦଳି ଯାଇଛି ! ମୁଁ ଏବେ ଦୁଇଟି ସନ୍ତାନର ମାଆ କହିବାକୁ ଚାହିଁ ସୁଦ୍ଧା କିଛି କହି ପାରିଲାନି ଆସ୍ଥା ।
-ମୁଁ ସବୁ ଖବର ତୁମର ରଖିଛି ଆସ୍ଥା ।
କ୍ରମଶଃ
Comments are closed.