Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୩୩)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’

ଆସ୍ଥା ,ସମ୍ଭବଙ୍କୁ ତ ନିଶ୍ଚୟ କଲ୍ ବ୍ୟା କ୍ କରିବ ହେଲେ କାହା ସହିତ ଆଉ କଣ କଥା ହେଉଥିଲା । କିଛି ମୁଣ୍ଡରେ ପଶୁନଥିଲା ଆସ୍ଥାର! ଡରରେ ଝାଳରେ ଓଦା ଓଦା ହୋଇ ଯାଇଥିଲା ସେ ! ଗୋଡ଼ ହାତ ଥରୁଥିଲା ! ସମ୍ଭବଙ୍କ ପାଖକୁ କଲ୍ ବ୍ୟାକ କଲା ଆସ୍ଥା । ମିଛ ହଉ ପଛେ ନିଜକୁ ବଞ୍ଚେଇବାକୁ ଚେଷ୍ଟାରେ ପିଲାମାନଙ୍କ ସ୍କୁଲ ଛୁଟି ହୋଇଯିବଣି , ବର୍ଷା ବି ଛାଡିବାର ନାଁ ଧରୁନି ! ବ୍ୟସ୍ତ ହୋଇ ସ୍କୁଲ ଲ୍ୟାଣ୍ଡକୁ ଫୋନ କରୁଥିଲି ତାପରେ ତୁମକୁ । ସେଥିପାଇଁ ଫୋନ ଏନ୍ଗେଜ ଆସୁଥିବ । କୁହ କଣ କହିବ ? ଆସ୍ଥା କିନ୍ତୁ ଆଗରୁ ପିଲାମାନଙ୍କ ଆସିବା କଥା ସ୍କୁଲରୁ ବୁଝି ନିଶ୍ଚିନ୍ତ ହେଲା ପରେ ଯାଇ ସାଗର ସାଙ୍ଗରେ କଥା ହେଉଥିଲା ।

“ମୁଁ ତ ତୁମକୁ ତ ଏତେ କୈଫତ୍ ମାଗିନି ,ତେବେ ତୁମେ ……ସମ୍ଭବ ଟିକେ ଚଢା ଗଳାରେ.ସ୍କୁଲ ବସଟା ଖରାପ ଅଛି ତେଣୁ କ୍ଳାସ ୱାଇଜ ସ୍କୁଲ ଭ୍ୟାନରେ ପିଲାମାନଙ୍କୁ ଛାଡିବାର ବ୍ୟବସ୍ଥା କରାଯାଇଛି ,ମୁଁ ପ୍ରିନ୍ସିପାଲଙ୍କ ସହିତ କଥା ହୋଇ ତୁମକୁ ଜଣେଇବା ପାଇଁ ଫୋନ କରିଥିଲି । ହଉ ମୋର ବହୁତ କାମ ପେଣ୍ଡିଙ୍ଗ ଅଛି ଟିକେ ଲେଟ୍ ହବ, ରହୁଚି । “କହି ଫୋନ କାଟି ଦେଇଥିଲେ ସମ୍ଭବ ।

ଦୀର୍ଘଶ୍ବାସ ନେଲା ଆସ୍ଥା ! ଓଃ ହ ! ଆସ୍ଥା ପ୍ରାଣ ରେ ପ୍ରାଣ ପଶିଲା ! ସ୍କୁଲ ଭ୍ୟାନ୍ ବି ଆସି ଘର ଦୁଆର ମୁହଁରେ ପହଞ୍ଚିଗଲା । ଓଁ ଆଉ ସ୍ୱାହା ଦୁହେଁ ବର୍ଷାରେ ହାଲ୍କା ଭିଜି ଯାଇଥିଲେ ପୋଛାପୋଛି ହୋଇ ଟିଫିନ କଲେ । ଟିଫିନ କରି ସାରିବା ପରେ ଅଳି କଲେ ,”ମାମା ଆଜି ତୁମର ବାର୍ଥଡେ଼ ପାର୍ଟି ଦିଅ । ” ଆସ୍ଥା ,ଆଚ୍ଛା ହଉ କହି ଜମାଟୋରୁ ଡିନର ଅଡ଼ର କଲା । ଓଁ ଆଉ ସ୍ୱାହା ଡିନର ଅଡର ହୋଇଗଲା ଏଥର ଷ୍ଟଡି ରୁମକୁ ଯାଇ ପଢା ଆରମ୍ଭ କର । ଆଜି ପାପାଙ୍କର ଟିକେ କାମ ସାରି ଟିକେ ଲେଟରେ ଆସିବେ ,ପାପା ଆସିଲେ ସମସ୍ତେ ମିଶି ଖାଇବା ହେଲା କହି ଲନରେ ବସିଲା ଆସ୍ଥା । ୟା ଭିତରେ ବୁଝିଦେଲା ସମ୍ଭବ କେତେବେଳେ ଆସିବେ ।

ବାସ୍ ଏଇ ମୌ କା ରେ ସାଗର କୁ ଫୋନ କରି ସ୍ୱପ୍ନିଲ ଙ୍କର ଇତିହାସ ବିଷୟରେ ଜାଣିବା ପାଇଁ ଫୋନ ଲଗେଇଲା ଆସ୍ଥା । ବାରମ୍ବାର କଲ୍ କଲା ପରେ ଫୋନ ଉଠେଇଲା ସାଗର । ସାଗର ଫୋନ ଉଠେଇ , ଆଜି ତୁମର ବାର୍ଥଡେ଼ ଦି ସଲିବ୍ରେଟ ନକରି !

 

କ୍ରମଶଃ

Leave A Reply

Your email address will not be published.