ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
ସମ୍ଭବ ବହୁତ ଗୁଡିଏ ଖୁସିର ସମ୍ଭାବନା ନେଇ ଘରକୁ ଫେରି ଥିଲେ ! ଆସୁ ଆସୁ ଡୋର୍ ପାଖରେ ହିଁ ଆସ୍ଥାକୁ ଶ୍ରଦ୍ଧାରେ ଜନ୍ମ ଦିନର ଶୁଭେଚ୍ଛାବାର୍ତ୍ତା ଜଣାଇଲେ । ପିଲାମାନେ ବି ପାପା(ସମ୍ଭବ)ଙ୍କ ସହିତ ତାଳ ରେ ତାଳ ଦେଇ ହାପି ବର୍ଥଡେ଼ ଗୀତ ଗାଇ ମାମା (ଆସ୍ଥା)ଙ୍କୁ ଉଇସ୍ କରିଥିଲେ । ସମସ୍ତେ ଏକାଠି ଡିନର୍ କଲେ । ଖିଆପିଆ ସରିବା ପରେ ସମ୍ଭବ ବି ଆସ୍ଥା ପାଇଁ ଏକ ସରପ୍ରାଇଜ ଗିଫ୍ଟ ରଖିଥିଲେ ! ଯାହାକି ଆସ୍ଥାର ଅତିପ୍ରିୟ ପ୍ରତିଭା ରାୟ ଙ୍କର ନୋଭେଲ “ଯାଜ୍ଞସେନୀ” ।ସମ୍ଭବ ଉପହାରଟିକୁ ଅତି ସନ୍ତର୍ପଣର ସହିତ ଆସ୍ଥାର ଆଖି ବନ୍ଦ କରି ତା ହାତ କୁ ଟେକି ଦେଇଥିଲେ ! ଆସ୍ଥା ଆଖିଖୋଲି ଦେଖେତ ! କକିଛି ସମୟ ପାଇଁ ନିର୍ନିମେଶ ନୟନରେ ଚାହିଁ ରହିଥିଲା ସମ୍ଭବଙ୍କୁ ! ତା ଆଖିରୁ ଖୁସିର ଲୁହ ଧାର ଧାର ହୋଇ ବୋହି ଯାଉଥିଲା ….! ସେ ନିଜ ଆଖିକୁ ବିଶ୍ୱାସ କରି ପାରୁନଥିଲା ଯେ , ଇଏ ସେଇ ସମ୍ଭବ ଯିଏ କଥା କଥାରେ ଆଘାତ ଦେବାକୁ ପଛାଇ ନଥାନ୍ତି !ସମ୍ଭବ ବୋଲି ଚରିତ୍ରଟିର ଭିତର ଆଉ ବାହାରକୁ ଯେତିକି ଥର ବି ବିଶ୍ଳେଷଣ କରି ବସେ ,ସେ ସେତିକି ଥର ହାରି ବସେ !! ସେଥିପାଇଁ ତା ଓଠରେ ହସର ଛୋଟିଆ ଝଲକ ଟିଏ ହିଁ ଲାଖି ରହିଥିଲା , କିଛି କହିବାକୁ ଇଚ୍ଛା କରିନଥିଲା ସେ !
ସକାଳ ହେଲା ନିତ୍ୟକର୍ମ ସାରି ପ୍ରାର୍ଥନା ପୂଜା ଆଳତୀ ,ଝୁଣାରେ ପୁରା ଘରଟା ମହକି ଚହଟି ଯାଉଥିଲା ! ଘରଟା ମନ୍ଦିର ମନ୍ଦିର ବାସୁଥିଲା ! ଗୋଟିଏ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହେଲା ପରି ମନେ ହେଉଥିଲା ! ଚଳଚଂଚଳ ମାହଲ । ଖୁସି ଖୁସି ପ୍ରତିଦିନର କାମରେ ସେ ନିଜକୁ ଢାଳି କାମ କରି ଚାଲିଛି ଆସ୍ଥା । ଏଥର ସେ ସ୍ଥିର କରିଛି , ଆଉ ନିଜକୁ ଅବହେଳା କରିବନିକି ସମୟକୁ ବି ତା ଦ୍ଵାରା ଅବହେଳିତ ହେବାକୁ ଦେବନି ।
Comments are closed.