Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୪୯)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’

ସୁରେଖା ସହିତ ପିଲାମାନଙ୍କୁ ଆଜି ଆସିବାକୁ ପଡିବ !ସ୍କୁଲ କୁ ଫୋନ କରି କହିଦେଲା ଆସ୍ଥା । ଆଜି କିନ୍ତୁ ପିଲାଙ୍କ ମନରୁ ସୁରେଖା ପ୍ରତି ଥିବା ଅମଙ୍ଗ ମନୋଭାବ ଦୁରେଇ ଯାଇଚି ; ଖୁସି ଖୁସି ଆସି ଘରେ ଆସି ପହଁଚିଗଲେ ସ୍କୁଲରୁ !!

ଟିଫିନ ଖାଇ ପିଲାମାନେ ଖେଳିବାକୁ ବାହାରକୁ ବାହାରି ଗଲେ । ଆସ୍ଥା ଆଉ ସୁରେଖା ଚା କପ୍ ଟା ଓଠକୁ ନେଉ ନେଉ ମୋବାଇଲର ରିଂ ଟୋନ୍ ଟା ବାଜି ଉଠିଲା ଖୁବ ଜୋରରେ ପ୍ଲିଜ ରିସିଭ ଇଓର କଲ୍ ?

ବିରକ୍ତିକର ଗଳାରେ ଗର ଗର ହୋଇ ଫୋନ ଉଠେଇଲା ବେଳକୁ ଦେଖେତ ନିମିଅପା ଙ୍କ ଫୋନ !! ନିମିଅପାଙ୍କ କଥା କି ଫୋନ ଆସିଲେ ବିରକ୍ତି ଭାବ କ୍ୱାଡେ କେଜାଣି ଉଭାନ ହୋଇଯାଏ ଆସ୍ଥାର !! ଖୁସିରେ ଗଦ ଗଦ ହୋଇ, ଆରେ ନିମିଅପା ! ବୁହାଟେ ଗପିଗଲା ୟାଡୁ ସ୍ୟାଡୁ …. “ସମ୍ଭବ ଟୁର୍ ରେ ସପ୍ତାହେ ହେଲା ଗଲେଣି ଯେ, ଏତେ କାମ ଯେ ଠିକ ରେ ଫୋନ ବି ଟିକେ କରୁନାହାନ୍ତି । ବ୍ୟସ୍ତ ଅଛି କହି ପଦେ ଅଧେ କଥା ହୋଇ ଫୋନ କାଟି ଦେଉଛନ୍ତି , ମନ ଭଲ ଲାଗୁନି !ପିଲାଙ୍କୁ ବି ଟିକେ ଖୋଜୁନାହାନ୍ତି ! କଣ କରିବି ଭାରି ଵ୍ୟେସ୍ତିଆ ବ୍ୟେସ୍ତିଆ ଲାଗୁଛି ! ”

ନିମି ଅପା ଆସ୍ଥାକୁ ଯେତିକି ବୁଝେଇଲେ ସେତିକି ବିରକ୍ତ ମଧ୍ୟ ହେଲେ ,” ସବୁ କଥାରେ ତୋର ବ୍ୟସ୍ତତା ,କୋଉ କଥାରେ ତୋର ଟିକେ ବି ଧର୍ଯ୍ୟ ନାହିଁ । ସମ୍ଭବ କାମରେ ବାହାରକୁ ଯାଇଛନ୍ତି ,ସେଥିପାଇଁ କଥା ହୋଇ ପାରୁନାହାନ୍ତି । ଏଥିରେ ବ୍ୟସ୍ତ ହେବାରେ କଣ ଅଛି ?! ତୁ ତୋ କଥା କହ ଏବେ ଯାହା ହେଲେ ବି ସମୟ ଟିକେ ପାଉଥିବୁ ,ଏତେ ଦିନ ଭିତରେ କଣ କରିଚୁ କହ । ମୁଁ ତୋ ପାଖରୁ ଭଲ ହିଁ ଶୁଣିବାକୁ ଚାହେଁ । ଏବେ କହ ।

କ୍ରମଶଃ

Comments are closed.