ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
“କାଇଁ ଏତେ ସୁହାଗ ବୋହି ପଡୁଚି ଶୁଣେ ! ଟିକେ ଆସ୍ତେ ଡ଼ାକି ପାରୁନ ଯେ ସାଇ ପଡ଼ିଶାଙ୍କୁ ଜଣେଇ ହଉଛ “,ଆସ୍ଥା ସମ୍ଭବଙ୍କୁ ଚିଡ଼ିଲା ଗଳାରେ।
ସମ୍ଭବ: “ଏବେ ମୁଁ ଦେଖୁଚି ଯାହା ଗୋଟେ କହିଲା ବେଳକୁ ତୁମେ ମୋ ଉପରେ ଖାଲି ଚିଡ଼ ଚିଡ଼ ହଉଛ ! ”
ଆସ୍ଥା ଚିହିଁ କି ଉଠି କାଇଁ କାଇଁ ତୁମ ମାୟା ନିଶା ଏତେ ଶୀଘ୍ର ଓଲ୍ହାଇ ଗଲା କି ମୋତେ କହିବାକୁ ଦରକାର ପଡୁଚି ??
ଆ… ରେ…ଆଜିକାଲି ଲୋକଙ୍କୁ ଭଲ କହିଲେ ଭେଲ ହଉଚି ,ଛାଡ଼ ସବୁ ମୋ କପାଳ !
ଆସ୍ଥା କଥାଟା ବେଶୀ ବିଗିଡ଼ିଲା ପୂର୍ବରୁ ସମ୍ଭାଳି ନେବାଟା ବୁଦ୍ଧିମାନର କାମ ଭାବି ପରିସ୍ଥିତିକୁ ସମ୍ଭାଳି ନେଇଚି ,” କଣ କହିବ କହୁଥିଲ କୁହ।
ସମ୍ଭବ ଛାଡ଼ କଣ କହିବି ବୋଲି କହୁଥିଲି , ହେଲେ ତୁମର ଏ ମଧୁର ବଚନରେ ପୁରା ଭୁଲିଗଲି ,ଭୋକ ହେଉଥିଲା ପେଟ ବି ପୁରିଗଲା ।
ସମ୍ଭବଙ୍କର ହାସ୍ୟ ରସାତ୍ମକ କଥାରେ ଆସ୍ଥା ହସିବା ଆରମ୍ଭ କଲା,ତାଳ ଦେଇ ସମ୍ଭବ ବି ହସି ହସି ବେଦମ୍ ! ଏତେ ଦିନ ପରେ ଘରେ ଗୋଟେ ହାସ୍ୟ ରୋଳାତ୍ମକ ପରିବେଶ ସୃଷ୍ଟି ହୋଇଥିଲା ! ଦୁହେଁ ଦୁହିଁଙ୍କ ଆଖି ଭିତରେ ବୁଡ଼ି ଯିବାର ପ୍ରୟାସରେ ।
ହଠାତ୍ ପିଲାଙ୍କ ପାଟି ତାପରେ କଲିଂ ବେଲର ଘଣ୍ଟି ! ପିଲାମାନେ ସ୍କୁଲରୁ ଆସିଗଲେ ସମ୍ଭବଙ୍କୁ ଲକ୍ଷ୍ୟ କରି ଯାଅ କବାଟ ଖୋଲ ।
କ୍ରମଶଃ
Comments are closed.