Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬୭)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’

ଏହା ଭିତରେ ଆଠ ଦଶ ବର୍ଷ ବିତିଯାଇଛି । ବର୍ତ୍ତମାନ ସୁରେଖାର ବର୍ତ୍ତମାନ ଆଉ ଭବିଷ୍ୟତ ଉଭୟ ସୁରକ୍ଷିତ । ସେ ନିଜ ଗୋଡ଼ରେ ନିଜେ ଠିଆ ହୋଇ ଦୁନିଆକୁ ଦେଖେଇ ଦେଇ ପାରିଚି ଯେ , ଆଜି ସମାଜରେ ତୃତୀୟ ଲିଙ୍ଗୀ ମଣିଷମାନେ ଆଉ କାହାର ଦୟା କିମ୍ବା ଘୃଣାର ପାତ୍ର ହୋଇ ରହି ନାହାନ୍ତି ! ସେମାନେ ବି ନିଜ ହାତରେ ନିଜ ଭବିଷ୍ୟତ ନିର୍ମାଣ କରି ପାରୁଛନ୍ତି । ସୁରେଖା ଏବେ ସଂସ୍କୃତ ମହା ବିଦ୍ୟାଳୟରେ ଅଧ୍ୟାପକ ଭାବରେ କାର୍ଯ୍ୟରତ ! ଆସ୍ଥା ଏଥିପାଇଁ ଆଜି ସମାଜର ନିଦର୍ଶନ ହୋଇ ଯାଇଛି !ରାଉରକେଲାରେ ଏବଂ ସେଠାର ଆଖପାଖ ଅଞ୍ଚଳରେ ସମସ୍ତେ ତାକୁ ଆଦର୍ଶ ଭାବରେ , ସୁରେଖାର ମାଆ ରୂପରେ ,ଏକ ଭିନ୍ନ ବ୍ୟକ୍ତିତ୍ୱ ଭାବରେ ପୂଜା କରୁଛନ୍ତି !

କିନ୍ନର ମାନେ ଆଜି ସମାଜରେ ଜଣେ ଜଣେ ଲବ୍ଧ ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ଯେମିତିକି ସମାଜସେବୀ, ଶିକ୍ଷକ ,ଅଧ୍ୟାପକ ,ଡାକ୍ତର, ଓକିଲ, ଓ ଏସ୍, ଆଇ ଏସ୍ ,ଆଇପିଏସ୍ ପରି ବହୁ ବଡ଼ ବଡ଼ ପଦବୀରେ ରହି ସମାଜର ମଙ୍ଗଳ ସାଧନରେ ନିଜକୁ ନିୟୋଜିତ କରି ଆତ୍ମ ସନ୍ତୋଷ ଲାଭ କରୁଛନ୍ତି ।ସେମାନେ ଗରୀବ ,ଦୁଃଖୀ ରଙ୍କି ,ଅସହାୟଲୋକଙ୍କୁ ସାହାଯ୍ୟ କରି ସମସ୍ତଙ୍କର ପ୍ରିୟ ଭାଜନ ହୋଇ ପ୍ରସଂଶା ଏବଂ ଆଶୀର୍ବାଦ ସାଉଁଟିଲେଣି ।ବୃଦ୍ଧାଶ୍ରମ ,ଅନାଥାଶ୍ରମ ,କନ୍ୟା ଶ୍ରମ ମାନଙ୍କରେ ତାଙ୍କର ଆବଶ୍ୟକ ମୁତାବକ ସାହାଯ୍ୟ କରି ସେମାନଙ୍କୁ ଥଇଥାନ କରା ଯାଉଛି, ଏଥିପାଇଁ କିନ୍ନର ସମାଜ ଦ୍ୱାରା ଗଠିତ ବଡ଼ ବଡ଼ ସଂସ୍ଥା ତଥା ଏନ୍ ଜି ଓ ସଂସ୍ଥା ସବୁ ଖୋଲା ଯାଇଛି । ସୁରେଖା ଏଥିରେ ଆଗ ଧାଡ଼ିରେ ରହି ସେବାଶ୍ରମଗୁଡିକ ଚଳାଉଛି ତାକୁ ସାହାଯ୍ୟ କରିବା ପାଇଁ ବହୁ କିନ୍ନର ଗୋଷ୍ଠୀ ଙ୍କୁ ମଧ୍ୟ ଏଥିରେ ନିୟୋଜିତ କରି ରଖିଛି ।

କ୍ରମଶଃ

Leave A Reply

Your email address will not be published.