ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
ସମ୍ଭବଙ୍କୁ ଖାଇବାକୁ ବାଢ଼ି ନିଜ ପାଇଁ ଖାଇବା ବାଢିଲା ବେଳେ ଦୁଇ ଥର ମିସ୍ କଲ୍ ହୋଇ କଟି ଯାଇଥିଲା । ସମ୍ଭବ ବିରକ୍ତି ଭରା ଗଳାରେ ଗେର ଗେର ହୋଇ କହୁଥିଲେ ,”ଯେତେବେଳେ ଦେଖ ଖାଲି ଫୋନ ଆଉ କଣ କିଛି କାମ ଅଛି ମାଡାମ୍ ଙ୍କର ! ମାଡାମ୍ ତ ଆରମ୍ଭରୁ ଫୋନ ସବୁବେଳେ ବ୍ୟସ୍ତ ପୁଣି ଏବେ ନାରୀ ନେତ୍ରୀ ,ସମାଜ ସେବୀ ଆଉ କଣ କଣ ସବୁ ହୋଇ ଗଲେଣି .। ତେଣୁ ଛାଡ଼ ଆସ୍ଥା ସମ୍ଭବଙ୍କୁ କିଛି ଉତ୍ତର ଦେବାକୁ ଉଚିତ ମନେ ନକରି ଫୋନ କଲ୍ ବ୍ୟାକ୍ କରିବାରେ ଲାଗି ରହିଲା।
ସମ୍ଭବ ଅନୁଭବ କରୁଛନ୍ତି ଆସ୍ଥା ପ୍ରକୃତରେ ଠିକ ନାହାନ୍ତି ! ପିଲାମାନେ ବି ଅନୁଭବ କଲେଣି ମାମାଙ୍କର କିଛି ଗୋଟେ ହୋଇଛି ! ପାପାଙ୍କୁ କହି କିଛି ଗୋଟେ କରିବାକୁ ପଡିବ ! କଣ ବି କରିବେ ସେମାନେ ? କୁନି ପିଲା ,ଏପଟେ କରୋନାର ପ୍ରାଦୁର୍ଭାବ ବଢି ବଢି ଚାଲିଛି ! ତଥାପି କରିବାକୁ ତ ପଡିବ .।
ଏପଟେ ଇଆଡୁ ସିଆଡୁ ଭାବି ଭାବି ଆସ୍ଥାର ଆଖି ଟିକେ ଲାଗି ଯାଇଛି ! ଘଣ୍ଟା ଘଣ୍ଟାରେ ସମୟ ଠିକ ଚାରିଟା ତିରିଶ ମିନିଟ !ଆସ୍ଥା ଚମକି ଉଠି ବସିଲା ,ଦୁଆର ମୁହଁରେ” ପ୍ଲିଜ ଓପନ ଦ ଡୋର୍ “କହି କଲିଂ ବେଲ୍ ଟି ଅତର୍କିତ ଭାବରେ ବାଜି ଉଠିଥିଲା ।
ଆସ୍ଥା ଡୋର୍ ଖୋଲିଲା ବେଳକୁ ତା ମନରେ ଥିବା ଚିଡ଼ଚିଡ଼ା ପଣ ମୁହଁରୁ ବାରି ହୋଇ ପଡୁଥିଲା ! ଚାପିଲା ଗଳାରେ କହୁଥିଲା , ମଣିଷକୁ ଆଉ କେତେବେଳେ ଟିକେ ଏ ଘରେ ନିସ୍ତାର ମିଳିଲାନି ! “ଖାଲି କାମ କାମ ଆଉ କାମ ” ,କହି ଗରଗର ହେଉଥିଲା ଆସ୍ଥା !!
କ୍ରମଶଃ
Comments are closed.