କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୪୭
ଆଉ କେଇ ମୁହୂର୍ତ୍ତ ପରେ ସକାଳ ହେବ।ଆଲୋକର ମହୋତ୍ସବରେ ପୁରିଉଠିବ ପୃଥିବୀ । ହେଲେ ଦେବୀ ପାଇଁ ସକାଳ ମନା। ଆଲୁଅ ମନା। ମନା ଫୁଟନ୍ତା ଫୁଲକୁ ଛୁଇଁବା। ପ୍ରଜାପତି ଦେହରୁ ରଙ୍ଗ ଆଣିବା ବି ମନା।
ସକାଳ ହେବାର ପ୍ରକ୍ରିୟା ଆରମ୍ଭ କଲାଣି ଆକାଶ।ଘର ପଛପାଖ ବାଉଁଶ ବଣରେ ଗୀତ ଗାଇଲାଣି କୁନି ଚଢେଇଟିଏ। ଧିରେ ଧିରେ ଆଖି ଖୋଲୁଛି ସକାଳ। ତା’ ମନ ଉଡ଼ି ଉଡ଼ି ପହଞ୍ଚି ଯାଉଛି କାହିଁ କେତେ ଦୂର। ସେଦିନ ସନ୍ଧ୍ୟା ବେଳର ସ୍ମୃତି ଧିରେ ଧିରେ ଅପସରି ଯାଉଛି ତାର ସ୍ଥାନ ନେଉଛି ଆଉ ସ୍ମୃତି। ତାର ପ୍ରଥମ ଶାଢ଼ୀ ପିନ୍ଧା ବେଳର ସ୍ମୃତି।
ଚେତନାର କେଉଁ ଏକ କୋଣରେ ଲୁଚିଥାଏ ସ୍ମୃତି। ପବନ ପରି ହଠାତ୍ ଚାଲିଆସେ। ହସ ହୋଇ ଫୁଟେ,ଲୁହ ହୋଇ ଝରିଯାଏ। ପୁଣି କେବେ ବୁଲେଇ ନିଏ କଦମ୍ବ ବଣକୁ। ସେଠି ପବନ ହୋଇ ଶୁଣାଏ ବଂଶୀସ୍ଵନ। ତରଳ ତମସାର ଲୋମଶ ଛାତି ଭିତରେ ସେ ସ୍ମୃତି ଛୋଟ ଏକ ଦୀପ ହୋଇ ଜଳେ। ଦେବୀ ଆଗରେ ରଜନୀଗନ୍ଧା ଫୁଲ ପରି ମହକି ମାଟିରେ ମିଶେ ଅତୀତ।
ଜୀବନ ଏମିତି ପ୍ରବାହିତ ହେଉଥିଲା। ଆଗର ନୂଆ ଉଡ଼ନ୍ତା ପ୍ରଜାପତିର ଚିତ୍ରିତ ଡେଣା ପରି ତା ମନ ପିନ୍ଧୁଥିଲା ନିତି ଦିନ ଏକ ଏକ । ତାର ମନେପଡିଲା ଗୋଟେ ଦିନର କଥା। ସେ ଦିନଟି ଦେବୀ ଜୀବନର ଏକ ସ୍ମରଣୀୟ ସ୍ମୃତି।
କ୍ରମଶଃ….
Comments are closed.