Latest Odisha News

BREAKING NEWS

‘ଘୁମୁସରର ସ୍ବର’ ପକ୍ଷରୁ ୧୦୫ତମ ସାହିତ୍ୟ ଆସର ଓ ସମ୍ବର୍ଦ୍ଧନା ସଭା

ଭଞ୍ଜନଗର : ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସରର ସ୍ବର” ବାଲିପଦର ପକ୍ଷରୁ ପୈାଷ ପୂର୍ଣ୍ଣିମା ଅବସରରେ କେନ୍ଦୁପଦର ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟଠାରେ ପ୍ରତିଷ୍ଠାନର ସଭାପତି ତଥା ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୈାରହିତ୍ୟରେ ୧୦୫ତମ ସାହିତ୍ୟ ଆସର ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।

କରୋନା କଟକଣା ସହ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲେଖକ ତଥା ପ୍ରକାଶକ ରାଜକିଶୋର ଦାସ, ଶିକ୍ଷାବିତ୍ କୃତିବାସ ବିଶ୍ବାଳ ଏବଂ ସନ୍ତୋଷ କୁମାର ଆପଟଙ୍କୁ “ଘୁମୁସରର ସ୍ବର” ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ସଭାରେ ମୁଖ୍ୟ ଅତିଥି ଭାବେ ସୋମନାଥ ନାୟକ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ସର୍ବଶ୍ରୀ ପ୍ରଦୀପ୍ତ ଚନ୍ଦ୍ର ସିଂହ, ବାୟାମନୁ ଚର୍ଚ୍ଚି, ଶିବରାମ ପଣ୍ଡା, କୃତିବାସ ବିଶ୍ବାଳ, ସନ୍ତୋଷ କୁମାର ଆପଟ, ଲେଖକ ଓ ପ୍ରକାଶକ ରାଜ କିଶୋର ଦାସ, ସୁରେନ୍ଦ୍ର କୁମାର ସାହୁ, କବି ଅନନ୍ତ କର, ଯୋଗଦେଇ ପ୍ରାଚୀନ ସାହିତ୍ୟର ଗୁରୁତ୍ବ ଓ ସମ୍ପ୍ରତି ସୃଷ୍ଟି ହେଉଥିବା ସାହିତ୍ୟର ଗତି ସମ୍ପର୍କରେ ଆଲୋକପାତ କରିଥିଲେ ।

କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟ କବିତା ଆସରରେ ସର୍ବଶ୍ରୀ କବି ରବିନ୍ଦ୍ର କୁମାର ଆଚାର୍ଯ୍ୟ, ଗୈାରୀ ଶଙ୍କର ମିଶ୍ର, ସୁଶ୍ରୀ ସୁଜାତା ସିଂ, ଶ୍ରୀଧର ମିଶ୍ର, ସୁଦର୍ଶନ ପାତ୍ର, ଗୋପାଳ ଚନ୍ଦ୍ର ଲେଙ୍କା, ଭଜରାମ ସେଠୀ, ଭାସ୍କର ରାଉତ, ସୁବାସ ଚନ୍ଦ୍ର ତାରିଣୀ, ଅନୁପମ ବାନାର୍ଜୀ, ବସନ୍ତ କୁମାର ବିଷୋୟୀ, ହୃଷିକେଶ ସାହୁ, ଜି.ରାଜଶ୍ବରପାତ୍ର ପ୍ରମୁଖ ଯୋଗଦେଇ ସ୍ବରଚିତ କବିତା ପାଠ କରିଥିଲେ। ପରିଶେଷରେ ପ୍ରତିଷ୍ଠାନ ପକ୍ଷରୁ ଖଲି ପରିଡା ନିଜ ବକ୍ତବ୍ୟ ସହ ସଭା ସାଙ୍ଗର ସୂଚନା ପ୍ରଦାନ କରିଥିଲେ ।

Comments are closed, but trackbacks and pingbacks are open.