Latest Odisha News

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୭୩)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର

ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ

ଦୀର୍ଘଶ୍ୱାସ ଛାଡ଼ି ବୀରା ତା\’ ଘଚାାକୁ ଚାହିଁ ଦେଖିଲା । ୮.୫୫ ମିନିଟ୍ ହେଲାଣି । ପ୍ରାୟ ଚାଲିଶ ମିନିଟ୍ ହେବ ଡାଇନିଂ ହଲ୍‌ରେ ବସି ତିନିଥର ଧରି କଫି ପିଇ ସେ ସିଡ଼୍ ଓ ରୋହାନ୍‌ଙ୍କୁ ଅପେକ୍ଷା କରିଛି । ଏ ଜାହାଜଟି ରୟାଲ୍ ୟୁରେକା ପରି ଏତେ ଆରାମଦାୟକ ନୁହେଁ । କେବଳ କାମ ଚଳିଗଲା ପରି ବ୍ୟବସ୍ଥା । ଏଠାକାର ଖାଦ୍ୟପେୟ, ଡାଇନିଂ ହଲ୍ କିମ୍ବା ଅନ୍ୟ କୌଣସି କାଫେର ସାଜସଜ୍ଜା ଏତେଟା ଆକର୍ଷଣୀୟ ନୁହେଁ । ବରଂ ଧୂସର ରଙ୍ଗର କାନ୍ଥ ସହ ହଳଦିଆ ଫିକା ରଙ୍ଗର ଟେବୁଲ ରୁମ୍‌ଗୁଡ଼ାକୁ ବେଶୀ ଅନାକର୍ଷଣୀୟ କରୁଥାଏ ।

ସେ ଦୁଇଭାଇଯାକ କ’ଣ କରୁଛନ୍ତି ଦେଖିବାକୁ, କଫି କପ୍‌କୁ ଟେବୁଲ୍ ଉପରେ ରଖି ବୀରା ବାହାରିଲା ସିଡ଼୍ ଓ ରୋହାନ୍‌ଙ୍କ ରୁମ୍ ଆଗରେ ଠିଆ ହୋଇ, ବୀରା କବାଟ ଖୁବ୍ ଜୋରରେ ଠେଲିବାକୁ ଚେଷ୍ଟା କରୁଥାଏ, ମାତ୍ର ସେଇଟି ଆପେଆପେ ଖୋଲିଯିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲା । ସେମାନେ ରୁମ୍ ଭିତରେ ଅଛନ୍ତି, ନା ତାଲାଦେବାକୁ ଭୁଲିଯାଇ କୁଆଡ଼େ ବାହାରକୁ ଚାଲିଯାଇଛନ୍ତି? ଏମିତି ଭାବିଭାବି ଭିତରକୁ ପଶୁପଶୁ ଡାକିଲା “ସିଡ଼୍‌, ରୋହାନ୍‌! ତମେ ସବୁ କୁଆଡ଼େ ଅଛ?” ସେ ରୁମ୍‌ସାରା ନଜର ବୁଲେଇ ଆଣିଲା, ଏମିତି କି ବାଥ୍‌ରୁମ୍‌ ବି ଦେଖିଲା । ମାତ୍ର କେହି ବି ନଥିଲେ । “କିଛି ନ ଜଣେଇ କୁଆଡ଼େ ଚାଲିଗଲେ ଏମାନେ!”

ଏତିକିବେଳେ ଚଟାଣରେ ପଡ଼ିଥିବା କିଛି ଜିନିଷ ଉପରେ ତା’ ପାଦ ପଡ଼ିଯିବାରୁ, ଖସଡ଼ିଯାଇ ସେ ତଳେ ପଡ଼ିଗଲା । ଉଠିବସି ଦେଖେ ତ ଲଫାପାଟେ । “କ’ଣ ହେଇପାରେ ଏଇଟା…?” ତା’ ହାତ ଦୁଇଟା ବଧିରା ହୋଇଯାଉଥିଲା, ମୁଣ୍ଡ କିଛି କାମ କରୁ ନଥିଲା । ସାରା ଶରୀରରେ ଗୋଟେ ଯବଣାଦାୟକ ଶିହରଣ ଖେଳିଯାଇ ସାମୟିକ ଭାବେ ତାକୁ ଅଚଳ କରିଦେଲା ପରି ଲାଗୁଥାଏ ।

ମିଃ. ଏବଂ ମିସେସ୍ ମାହେଶ୍ୱରୀଙ୍କ ସନ୍ଧାନ ସୂଚନା “ହେ ଭଗବାନ!” ବୀରା ଚିତ୍କାର କରିଉଠିଲା । ତା’ର କଣ୍ଠରୁଦ୍ଧ ହୋଇ ଆସୁଥାଏ ।

କ୍ରମଶଃ

Leave A Reply

Your email address will not be published.