ଭୁବନେଶ୍ୱର: ଓଡ଼ିଶା ସରକାର ସରକାରୀ କାର୍ଯ୍ୟ ପାଇଁ ନୂତନ ପେଟ୍ରୋଲ ଏବଂ ଡିଜେଲ ଗାଡ଼ି କିଣିବା ଉପରେ କଟକଣା ଲଗାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଅଫିସିଆଲ୍ ବ୍ୟବହାର ପାଇଁ କେବଳ ଇଲେକ୍ଟ୍ରିକ୍ ଯାନ (EV) କ୍ରୟକୁ ବାଧ୍ୟତାମୂଳକ କରାଯାଇଛି। ଏଣିକି ଆଉ ପେଟ୍ରୋଲ୍ ଡିଜେଲ୍ ଗାଡ଼ି କିଣିବେନି ରାଜ୍ୟ ସରକାର। ଏପରି ସୂଚନା ଦେଲେ ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା।
ମନ୍ତ୍ରୀଙ୍କ କହିବା ଅନୁଯାୟୀ, ‘ତୈଳ ଖର୍ଚ୍ଚ ୧୦% କମାଇବାକୁ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। EV ଗାଡ଼ି ବ୍ୟବହାର ପାଇଁ ବିଭାଗ ପକ୍ଷରୁ ପ୍ରୋତ୍ସାହନ ରାଶି ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ନିବେଦନକୁ କାର୍ଯ୍ୟକାରୀ କରି କାରକେଡ୍ ମଧ୍ୟ କମାଯାଇଛି। ଯେଉଁଠାରେ ସମ୍ଭବ ସେଠାରେ ଭର୍ଚୁଆଲ୍ ବୈଠକ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।’ ରାଜ୍ୟରେ ତେଲ ଖର୍ଚ୍ଚ ଏବଂ ପ୍ରଦୂଷଣ କମାଇବା ପାଇଁ ସରକାରୀ ଅଧିକାରୀଙ୍କ ପାଇଁ ନୂଆ ପେଟ୍ରୋଲ୍ ଓ ଡିଜେଲ୍ ଗାଡ଼ି କିଣା ବନ୍ଦ କରାଯାଇଛି ।
ସମସ୍ତ ବିଭାଗକୁ ନୂତନ ଇଲେକ୍ଟ୍ରିକ୍ ଗାଡ଼ି (EV) କିଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାର ନିଜ କର୍ମଚାରୀଙ୍କୁ ସୁଲଭ ମୂଲ୍ୟରେ ଇଲେକ୍ଟ୍ରିକ୍ ଗାଡ଼ି କିଣିବା ପାଇଁ ସୁଧମୁକ୍ତ ଅଗ୍ରୀମ ଋଣ (Advance) ସୁବିଧା ମଧ୍ୟ ଯୋଗାଇ ଦେଉଛନ୍ତି।

Comments are closed.