Latest Odisha News

ଧାରାବାହିକ ଉପନ୍ୟାସ : ସୁଲୋଚନା (୩୫)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’

ଏପଟେ ସୂର୍ପଣଖା ପଡ଼ିଗଲେ ବିଦ୍ୟୁତ୍ ଜିହ୍ଵାଙ୍କ ପ୍ରେମରେ। ଏହାର ଲାଭ ଉଠାଇ ବିଦ୍ୟୁତୄ ଜିହ୍ଵା କୂଟନୀତି ପ୍ରୟୋଗ କରି ସୂର୍ପଣଖା ସହ ବିବାହ କରିନେଲେ। ରାକ୍ଷସ ଓ ଦାନବ ଚିରକାଳ ପରସ୍ପରର ଶତ୍ରୁ। ତେଣୁ ବିଦ୍ୟୁତ୍ ଜିହ୍ଵା ରାକ୍ଷସରାଜଙ୍କ ଅଧୀନସ୍ଥ ହେବାକୁ ଚାହୁଁ ନ ଥିଲେ। ସେ ଭଲରେ ଜାଣିଥିଲେ ଯେ ବଳରେ ସେ କଦାପି ରାକ୍ଷସମାନଙ୍କ ସହ ଯୁଦ୍ଧରେ ଜୟଲାଭ କରି ପାରିବେ ନାହିଁ ଏବଂ ଆହୁରି ମଧ୍ୟ ଜାଣିଥିଲେ ଯେ ସୂର୍ପଣଖା ଜ୍ୟେଷ୍ଠଭ୍ରାତାଙ୍କର ଅଲିଅଳି ଭଗିନୀ। ତେଣୁ ତାଙ୍କୁ ବିବାହ କଲେ ରାବଣ ତାଙ୍କର କ୍ଷତି କରିପାରିବେ ନାହିଁ। ”

” ତା’ ପରେ କ’ଣ ହେଲା। ପିତା କ’ଣ ବିଦ୍ୟୁତ୍ ଜିହ୍ଵାଙ୍କୁ ସ୍ୱୀକାର କରିନେଲେ ? ”

” ନା ..! ବିଦ୍ୟୁତ୍ ଜିହ୍ଵାଙ୍କର କୂଟନୀତି ଲଙ୍କେଶ୍ୱର ବୁଝି ପାରିଥିଲେ। ସେ ତାଙ୍କର ବଧ କରିଦେଲେ। ”

” ସେଥିପାଇଁ ତେବେ ପିଉସୀମାଆ ଅଭିଶାପ ଦେଇଥିଲେ ବୋଧହୁଏ ! ”

” ସୂର୍ପଣଖା ବି ତ ରାକ୍ଷସ କନ୍ୟା। ସ୍ୱାମୀଙ୍କର ବଧ ହେବା ଦେଖି କ୍ରୋଧରେ ଜ୍ୟେଷ୍ଠଭ୍ରାତାଙ୍କୁ ବଧ କରିବା ନିମିତ୍ତ ଗୋଡ଼ାଇ ଆସିଥିଲେ, ମାତ୍ର ପର ମୁହୂର୍ତ୍ତରେ ସେ ବୁଝି ପାରିଲେ ତାଙ୍କ ଦ୍ୱାରା ରାବଣ ବଧ ଅସମ୍ଭବ। ତେଣୁ ମନେ ମନେ ପ୍ରତିଜ୍ଞା କରିଥିଲେ ଯେପରି ବି ହେଉ ରାବଣବଧର କାରଣ ସେ ନିଶ୍ଚୟ ହେବେ ।”

” ମୁଁ ଗୋଟିଏ କଥା ବୁଝି ପାରିଲିନି କାକୀ ! ଯଦି ସେ ବିଦ୍ୟୁତ୍ ଜିହ୍ଵାଙ୍କୁ ଏତେ ପ୍ରେମ କରୁଥିଲେ ତେବେ ଶ୍ରୀରାମ ଓ ତାଙ୍କ ଭ୍ରାତା ଲକ୍ଷ୍ମଣଙ୍କ ପ୍ରତି ଆସକ୍ତା ହେଲେ କିପରି ? ”

” ପ୍ରକୃତରେ କହିବାକୁ ଗଲେ ସେ ଦୁଇଭ୍ରାତାଙ୍କ ପ୍ରତି ସୂର୍ପଣଖାଙ୍କର କୌଣସି ଆସକ୍ତି ନ ଥିଲା । ‘

” ତେବେ …. ! ”

 

କ୍ରମଶଃ…

Comments are closed.