Latest Odisha News

BREAKING NEWS

ଭାରତୀୟ ସଂସ୍କୃତି ପାଇଁ କଳଙ୍କ ‘ଲିଭ୍-ଇନ ରିଲେସନଶିପ୍’

ବିଳାସପୁର: ଲିଭ୍-ଇନ୍ ରିଲେସନଶିପ୍ ଯେମିତି ଆଜିକାଲିର ଗୋଟେ ଟ୍ରେଣ୍ଡ ହୋଇଗଲାଣି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।  ଅଧିକାଂଶ ଯୁବପିଢି ବିବାହ ପୂର୍ବରୁ ଲିଭ-ଇନ୍‌ ରିଲେସନଶିପ୍‌ରେ ରହିବାକୁ ପସନ୍ଦ କରୁଛନ୍ତି। ବିବାହ ପୂର୍ବରୁ ପରସ୍ପରକୁ ଭଲ ଭାବେ ଜାଣିବା ପାଇଁ ଯୁବକ-ଯୁବତୀ ଲିଭ-ଇନ୍‌ ପନ୍ଥାକୁ ବେଶ୍ ପସନ୍ଦ କରୁଛନ୍ତି। ତେବେ ଏହି ଲିଭ-ଇନ୍‌ ରିଲେସନଶିପ୍‌କୁ ନେଇ ଏବେ ବଡ ରାୟ ଦେଇଛନ୍ତି ଛତିଶଗଡ ହାଇକୋର୍ଟ । ଏହା ଭାରତୀୟ ସଂସ୍କୃତି ପାଇଁ କଳଙ୍କ ବୋଲି କହିଛନ୍ତି।

କଡା ମନ୍ତବ୍ୟ ଦେଇ କୋର୍ଟ କହିଛନ୍ତି ଯେ ସମାଜର କେତେକ ସ୍ଥାନରେ ଗ୍ରହଣ କରାଯାଇଥିବା ଲିଭ୍‌-ଇନ୍ ସମ୍ପର୍କ ଏବେ ମଧ୍ୟ ଭାରତୀୟ ସଂସ୍କୃତିରେ ଏକ ଲଜ୍ଜ୍ୟାଜନକ ପ୍ରସଙ୍ଗ ହୋଇ ରହିଛି। କାରଣ ଲିଭ୍‌-ଇନ୍ ସମ୍ପର୍କ ଏକ ଆୟାତିତ ଧାରଣା, ଯାହା ଭାରତୀୟ ରୀତିନୀତିର ପୂରାପୁରି ବିପରୀତ।

ଜଷ୍ଟିସ୍‌ ଗୌତମ ଭାଦୁଡି ଓ ଜଷ୍ଟିସ ସଞ୍ଜୟ ଏସ୍‌ ଅଗ୍ରଓ୍ୱାଲଙ୍କ ଦୁଇ ଜଣିଆ ଖଣ୍ଡପୀଠ ଲିଭ୍‌-ଇନ୍‌ ସମ୍ପର୍କରୁ ଜନ୍ମ ହୋଇଥିବା ଶିଶୁର ହେପାଜତ ମାମଲାରେ ଶୁଣାଣି କରି କଡ଼ା ମନ୍ତବ୍ୟ ଦେଇଛନ୍ତି। ବାସ୍ତବରେ, ଶିଶୁଟିର ରକ୍ଷଣାବେକ୍ଷଣ ସଂପର୍କରେ ତା’ ବାପା ଛତିଶଗଡ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ମାମଲାର ଶୁଣାଣି ପରେ କୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି।

କୋର୍ଟ ଆହୁରି ମଧ୍ୟ କହିଛନ୍ତି, ଯୁବକ-ଯୁବତୀଙ୍କ ପାଇଁ ଲିଭ୍‌-ଇନ୍‌ ରିଲେସନଶିପ୍‌ରୁ ବାହାରକୁ ଆସିବା ସହଜ। ତେବେ ଲିଭ୍‌-ଇନ୍‌ ସମ୍ପର୍କରୁ ଜନ୍ମିତ ପିଲାମାନଙ୍କ ଦୁଃଖକୁ କୋର୍ଟ ଅଣଦେଖା କରିପାରିବେ ନାହିଁ। ଏହି ଲିଭ-ଇନ୍‌ ସମ୍ପର୍କ ଭାରତୀୟ ମାନ୍ୟତା ବିରୋଧୀ ଅଟେ ବୋଲି କୋର୍ଟ କହିଛନ୍ତି।

Leave A Reply

Your email address will not be published.