Latest Odisha News

BREAKING NEWS

ଭାରତରେ ଗୁଗୁଲ ଲଞ୍ଚ କଲା ୱାଲେଟ୍ ଆପ୍, ଜାଣନ୍ତୁ ଡିଜିଟାଲ୍ ପର୍ସର ଉପକାରିତା

ନୂଆଦିଲ୍ଲୀ: ଭାରତରେ ଗୁଗୁଲ ଲଞ୍ଚ କଲା ଗୁଗଲ ୱାଲେଟ୍। ଗୁଗୁଲ୍ ପ୍ଲେ ଷ୍ଟୋରରୁ ଆପଣ ଏହି ଆପ୍ ଡାଉନଲୋଡ୍ କରିପାରିବେ। ଅବଶ୍ୟ ଅନେକ ଉପଭୋକ୍ତାଙ୍କୁ କିଛି ଦିନ ପୂର୍ବରୁ ଏହାର ଆକ୍ସେସ୍ ମିଳିଯାଇଛି। ଗୁଗୁଲ୍ ୱାଲେଟରେ ଆପଣ ଆପଣଙ୍କର ସମସ୍ତ ପାସେସ୍‌, ଲୟାଲିଟି ଓ ଗିଫ୍ଟ କାର୍ଡସ୍ ଷ୍ଟୋର କରି ରଖିପାରିବେ। ଗୁଗୁଲ୍ ୱାଲେଟରେ ସେଗୁଡ଼ିକୁ ସଂରକ୍ଷଣ କରିବା ପରେ, ଆପଣଙ୍କୁ ଏହି କାର୍ଡଗୁଡ଼ିକୁ ସାଙ୍ଗରେ ଧରି ବୁଲିବାକୁ ପଡିବ ନାହିଁ।

ଏହି ଆପ୍ କମ୍ପାନୀର ବିଦ୍ୟମାନ ଗୁଗୁଲ୍ ପେ ଠାରୁ ଭିନ୍ନ ଅଟେ। ଗୁଗଲ ଏହି ଆପ୍‌କୁ ୨୦୧୧ରେ ଲଞ୍ଚ କରିଥିଲା । କିନ୍ତୁ ୨୦୧୮ରେ ଗୁଗଲ ଏହା ସ୍ଥାନରେ ଗୁଗଲ ପେ’କୁ ରିପ୍ଲେସ୍ କରିଥିଲା । ତେବେ ଭାରତୀୟ ବଜାରରେ କମ୍ପାନୀ ଏହି ଦୁଇଟି ଆପକୁ ପୃଥକ ଭାବରେ ପ୍ରଦାନ କରୁଛି। ଗୁଗୁଲ୍ ୱାଲେଟରେ ଆପଣ ଫ୍ଲାଇଟ୍ ପାସ୍, ଟ୍ରାଞ୍ଜିଟ୍ କାର୍ଡ, ଇଭେଣ୍ଟ ଟିକେଟ୍, ଗିଫ୍ଟ କାର୍ଡ ଏବଂ ଅନ୍ୟାନ୍ୟ ଜିନିଷ ଗଚ୍ଛିତ କରିପାରିବେ। ଏଥିପାଇଁ କମ୍ପାନୀ ଭାରତର ଶ୍ରେଷ୍ଠ ୨୦ ବ୍ରାଣ୍ଡ ସହିତ ସହଭାଗୀ ହୋଇଛି। ଏଥିରେ ଆପଣ ନିଜ ବୋର୍ଡିଂ ପାସ୍ ଠାରୁ ଆରମ୍ଭ କରି ଇଭେଣ୍ଟ ଟିକେଟ୍ ଷ୍ଟୋର କରିପାରିବେ ।

ଗୁଗୁଲ୍ ୱାଲେଟ୍ ସାହାଯ୍ୟରେ ଆପଣ ଫ୍ଲିପକାର୍ଟର ସୁପରକୋଏନ୍, ଗିଫ୍ଟ କାର୍ଡ ଏବଂ ଡୋମିନୋସ୍, ସପର ଷ୍ଟପ୍ ଏବଂ ଅନ୍ୟାନ୍ୟ ବ୍ରାଣ୍ଡର ଲୟଲିଟି କାର୍ଡ ଗଚ୍ଛିତ କରିପାରିବେ। ଆବଶ୍ୟକ ବେଳେ ଏହି କାର୍ଡକୁ ଅଲଗା ଅଲଗା ସ୍ଥାନରେ ଖୋଜିବାକୁ ପଡିବ ନାହିଁ । ଏହି ଆପ୍ ଆପଲ୍ ୱାଲେଟ୍ ପରି କାମ କରେ, ଯେଉଁଥିରେ ଆପଣ ଆପଣଙ୍କର ସମସ୍ତ ଡିଜିଟାଲ୍ ଡକ୍ୟୁମେଣ୍ଟ୍ ଗଚ୍ଛିତ କରିପାରିବେ।

Leave A Reply

Your email address will not be published.