Latest Odisha News

ଟ୍ୱିନସିଟିରେ ଗଣେଶ ପୂଜା ହେବା ନେଇ କ’ଣ କହିଲେ ହାଇକୋର୍ଟ; ଜାଣନ୍ତୁ

କଟକ: କଟକ ଏବଂ ଭୁବନେଶ୍ୱରରେ ଗଣେଶ ପୂଜା କରିବା ପାଇଁ କମିଟି ଗୁଡିକୁ ସ୍ଥାନୀୟ ପ୍ରଶାସନର ଅନୁମତି ମାଗିବାକୁ ପଡିବ ବୋଲି ଗୁରୁବାର ଦିନ କହିଛନ୍ତି ଓଡ଼ିଶା ହାଇକୋର୍ଟ।

ଟ୍ୱିନସିଟି ପୋଲିସ କମିଶନରଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି କଟକ ସ୍ଥିତ ବୁଢା ଗଣେଶ ପୂଜା କମିଟିର ସଭାପତି ଶିବେନ୍ଦ୍ର ହତା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଖଲ କରିଥିଲେ । ଯାହାର ଉତ୍ତରରେ ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।

ଟ୍ୱିନସିଟିରେ ପୂଜା କମିଟି ମାନଙ୍କୁ ଗଣେଶ ପୂଜା ଆୟୋଜନ କରିବା ଲାଗି ଅନୁମତି ଦେବାକୁ ଆବେଦନକାରୀ କୋର୍ଟଙ୍କ ହସ୍ତକ୍ଷେପ ଲୋଡିଥିଲେ।

ମୁଖ୍ୟ ଶାସନ ସଚିବ, ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି), ପୋଲିସ କମିଶନର, କଟକ ଜିଲ୍ଲାପାଳ, କଟକ ଡିସିପି ଏବଂ କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି) ର କମିଶନରଙ୍କୁ ପିଆଇଏଲରେ ଉତ୍ତରଦାୟୀ କରାଯାଇଥିଲା।

Leave A Reply

Your email address will not be published.