Latest Odisha News

BREAKING NEWS

[ଭିଡ଼ିଓ] ପୋଲିସ କବ୍‌ଜାରେ କୁଖ୍ୟାତ ଲୁଟେରା ଗ୍ୟାଙ୍ଗ !

କଟକ: କରୋନା କଟକଣାରେ ଅମାନିଆ ଲୁଟେରା । ଦିନରେ ହେଉ କି ରାତି । ଲୁଟେରାଙ୍କ ଦୌରାତ୍ମ୍ୟରେ ବିଚଳିତ ସାଧାରଣ ଜନତା । ଚାଉଳିଆଗଂଜରେ ଏକ ଚୋରି ମାମଲା ସାମ୍ନାକୁ ଆସିବା ପରେ ଗିରଫ ହୋଇଛନ୍ତି ୩ ଅଭିଯୁକ୍ତ ।

ଚାଉଳିଆଗଂଜର ଦିନବନ୍ଧୁ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ଗତମାସ ୨୨ତାରିଖରେ ଘରୁ ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ନେଇ ଥାନାରେ ଏତଲା ଦେଇଥିଲେ । ତେବେ ଏହା ପବର୍ମରୁ ଜୁଲାଇ ୫ରେ ବି ଦିନବନ୍ଧୁଙ୍କ ଘରୁ ଏକ ଦାମୀ ଟ୍ୟାବ୍ ଚୋରି ହୋଇଥିଲା । ଚୋରି ବାବଦକୁ ଏତଲା ପାଇବା ପରେ ତନାଘନା ଚଳାଇଥିଲା ଚାଉଳିଆଗଂଜ ପୋଲିସ । ଶେଷରେ ପୋଲିସ ଏକ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି ।

ମଙ୍ଗଳବାର ଚାଉଳିଆଗଂଜରେ ଏକ ଲୁଟେରା ଗ୍ୟାଙ୍ଗ ବିଷୟରେ ଖବର ପାଇ ପୋଲିସ ଚଢାଉ କରିଥିଲା । ଚଢାଉରେ ତିନି ଅଭିଯୁକ୍ତ ସାଗର ବିଶ୍ୱାଳ, ଅର୍ଜୁନ ପ୍ରଧାନ ଓ ବାପି ନାୟକ ପୋଲିସ ହାତରେ ଧରାପଡିଛନ୍ତି । ଛାନ୍‌ଭିନ୍‌ରୁ ଜଣାପଡିଥିଲା କେବଳ ମୋବାଇଲ ନୁହେଁ ବରଂ ଅଭିଯୁକ୍ତଙ୍କ ବିରୋଧରେ ବିଭିନ୍ନ ଥାନାରେ ଏକାଧିକ ଚୋରି ମାମଲା ଦାୟର ହୋଇଛି । ଗିରଫ ଅଭିଯୁକ୍ତଙ୍କଠାରୁ ୨୨ଟି ମୋବାଇଲ ଫୋନ ଓ ଅନ୍ୟାନ୍ୟ ଚୋରି ସାମଗ୍ରୀ ଜବତ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.