Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀଙ୍କ ଚିଠିକୁ ସୋସିଆଲ୍ ମିଡିଆରେ ସେୟାର କଲେ ଧୋନୀ !

ରାଂଚି: ଅଗଷ୍ଟ ୧୫’ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଥିଲେ ମହେନ୍ଦ୍ର ସିଂ ଧୋନୀ । ସେବେଠାରୁ ଅନେକ କ୍ରିକେଟର୍ ଓ ଅଗଣିତ ଫ୍ୟାନ ତାଙ୍କ ପ୍ରଶଂସାରେ ଶତମୁଖ । ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଧୋନୀଙ୍କ ସନ୍ୟାସ ଘୋଷଣାନାମାକୁ ବିଶ୍ୱାସ ବି କରିପାରିନଥିଲେ । ହେଲେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ କ୍ରିକେଟର ତଥା ଅଧିନାୟକ ଧୋନୀ ବେଶ ସରଳତାର ସହ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବିଦାୟ କହିଥିଲେ ।

ଅନେକ କ୍ରିକେଟର, ସେଲିବ୍ରିଟି ଓ ଜଣାଶୁଣା ବ୍ୟକ୍ତି ଭାରତୀୟ କ୍ରିକେଟ୍ ପ୍ରତି ଧୋନୀଙ୍କ ଅବଦାନ ଓ ତାଙ୍କ ବ୍ୟକ୍ତିତ୍ୱ ବିଷୟରେ ସୋସିଆଲ ମିଡିଆରେ ପ୍ରକାଶ କରିଥିଲେ । ହେଲେ ନିକଟରେ ଖୋଦ ଧୋନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ପାଇଥିବା ଚିଠିକୁ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି ।

Leave A Reply

Your email address will not be published.