ବେଙ୍ଗାଲୁରୁ: ବେଙ୍ଗାଲୁରୁ ପୋଲିସ ଗୁଳିରେ ଆହତ ୨୬ ବର୍ଷୀୟ ଯୁବକ । ପ୍ରଥମେ ଲକ୍-ଡାଉନରେ ଗିରଫଦାରୀ, ପରେ ପୋଲିସକୁ ନାଲି ଆଖି । ଖସି ଚାଲିଯିବାକୁ ଉଦ୍ୟମ ବେଳେ ପୋଲିସ ଗୁଳିମାଡରେ ଅଭିଯୁକ୍ତ ଆହତ ।
ଅଭିଯୁକ୍ତ ତେଜୁଦ୍ଦିନ୍ । ଲକ୍-ଡାଉନ୍ରେ ନିଜ ସାଥିମାନଙ୍କ ସହ କରୁଥିଲା ବାଇକ୍ ଷ୍ଟଣ୍ଟ । ପୋଲିସ ଅଟକାଇବାରୁ ଭୁପ୍ସାଣ୍ଡ୍ରା ଚେକ୍ପୋଷ୍ଟ ଭାଙ୍ଗି ଖସିପଳାଇବାକୁ ଚେଷ୍ଟା କରିଥିଲା । ପଚରାଉଚରା ବେଳେ ନିଜ ସାଥିମାନଙ୍କ ସହ ମିଶି ପୋଲିସ ଉପରକୁ ହାତ ଉଠାଇବା ସହ ଇଟା ଓ ପଥର ମାଡ ବି କରିଥିଲା ।
Yesterday.. pic.twitter.com/9o2o948rCf
— Hemant Nimbalkar IPS (@IPSHemant) March 26, 2020
ଏହି ଘଟଣା ବୁଧବାର ଦିନ ଘଟିଥିଲାବେଳେ ଗୁରୁବାର ଦିନ ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ ପ୍ରମାଣ ଖୋଜୁଥିଲା ପୋଲିସ । ଏତିକିବେଳେ ଜଣେ ମହିଳା ଓ ପୁରୁଷ ପୋଲିସକୁ ଆହତ କରି ତେଜୁଦ୍ଦିନ ଖସିଯିବାକୁ ଚେଷ୍ଟା କରିଥିଲା ।
ଚେତାବନୀ ସ୍ୱରୁପ ପୋଲିସ ପ୍ରଥମେ ଫାଙ୍କା ଗୁଳିଚାଳନା କରିଥିଲା । ହେଲେ ତେଜୁଦ୍ଦିନ ଖସିଯିବା ଦେଖି ତା ବାମ ଗୋଡକୁ ପୋଲିସ ଲକ୍ଷ ସାଧିଥିଲା ।
Dear citizens,
We are all going through tough times. As the city police force, we’re doing all we can to protect you while ensuring law & order is maintained. Disrupting our duty through actions such as these is an offense both legally & morally, & will be met with stern action! https://t.co/vUCzNdwjwq
— BengaluruCityPolice (@BlrCityPolice) March 26, 2020
ଆହତ ଅଭିଯୁକ୍ତ ଏବେ ବାପ୍ଟିଷ୍ଟ ହସ୍ପିଟାଲରେ ଚିକିତ୍ସାଧିନ ଥିଲାବେଳେ ଏକ ଟୁଇଟ୍ ଜରିଆରେ ବେଙ୍ଗାଲୁରୁ ପୋଲିସ ସମସ୍ତ ଘଟଣା ପ୍ରକାଶ କରିଛି ।
Comments are closed.