Latest Odisha News

ଲକ୍‌-ଡାଉନରେ ଫସିଥିଲା ସ୍ତ୍ରୀ, ପ୍ରେମିକାକୁ ବିବାହ କଲା ସ୍ୱାମୀ !

ବିହାର: ପାଲିଗଂଜ ଭରତପୁରାର ଧୀରଜ କୁମାର । ଲକ୍‌-ଡାଉନ୍ ପୂର୍ବରୁ ସ୍ତ୍ରୀ ଯାଇଥିଲା ଶ୍ୱଶୁର ଘର । ହେଲେ ରାସ୍ତାଘାଟ ବନ୍ଦ ଥିବାରୁ ଆଉ ଫେରିପାରିନଥିଲା । ଶେଷରେ ରାଗ ଶୁଝାଇବାକୁ ଯାଇ ପୂର୍ବତନ ପ୍ରେମିକାକୁ ବିବାହ କରି ଗିରଫ ହୋଇଛି ।

ବିବାହ ପରେ ସ୍ତ୍ରୀ ଦୁଲହିନ୍ ବଜାରସ୍ଥିତ ନିଜ ଘରକୁ ଯାଇଥିଲାବେଳେ ଘୋଷଣା ହୋଇଥିଲା ଲକ୍‌-ଡାଉନ୍ । ସ୍ୱାମୀ ଧୀରଜ ବାରମ୍ବାର ତାଗିଦ କରିଥିଲା ଶୀଘ୍ର ଘରକୁ ଆସ । ହେଲେ ସରକାରଙ୍କ ଦ୍ୱାରା ସମସ୍ତ ଯାତାୟତ ବନ୍ଦ ଥିଲାବେଳେ ନୀରିହ ସ୍ତ୍ରୀ ନିଜ ବାପ ଘରେ ଫସିରହିଥିଲା ।

କାରଣ ଅସ୍ପଷ୍ଟ ଥିଲେ ବି ସ୍ତ୍ରୀକୁ ପାଖରେ ନ ପାଇ ନିଜ ଚାହିଦା ପୂରଣ କରିବା ଉଦ୍ଦେଶ୍ୟରେ ଧୀରଜ କୁମାର ନିଜ ପୂର୍ବତନ ପ୍ରେମିକାକୁ ବିବାହ କରିଥିଲା । ତେବେ କୌଣସି ମତେ ଖବର ପାଇ ଧୀରଜ କୁମାରଙ୍କ ସ୍ତ୍ରୀ ସ୍ଥାନୀୟ ପୋଲିସରେ ଖବର ଦେଇଥିଲେ । ଶେଷରେ ଘଟଣାର ସତ୍ୟତାକୁ ଯାଂଚ କରି ଅଭିଯୁକ୍ତ ଧୀରଜକୁ ଦୁଲହିନ୍ ବଜାର ପୋଲିସ ଗିରଫ କରିଛି ।

Leave A Reply

Your email address will not be published.