Latest Odisha News

ଦେଖନ୍ତୁ ଭିଡ଼ିଓ: ପୋଲିସକୁ ଲୋକେ କାହିଁକି ଫିଙ୍ଗିଲେ ଗୋଲାପ ପାଖୁଡ଼ା !

ଚଣ୍ଡିଗଡ଼: ସାରା ଦେଶରେ ଏବେ ଚାଲିଛି ଲକ୍‌ଡାଉନ୍ । ମହାମାରୀ କରୋନା ସଂକ୍ରମଣକୁ ରୋକିବା ଲାଗି ଭାରତ ଏବେ ଦେଶବ୍ୟାପି ଲକ୍‌ଡାଉନକୁ ଆଦରି ନେଇଛି । କେବଳ କେନ୍ଦ୍ର ସରକାରକି ରାଜ୍ୟ ସରକାର ନୁହନ୍ତି ଜନସାଧାରଣ ମଧ୍ୟ ଅନୁଭବ କରିଛନ୍ତି ଲକ୍‌ଡାଉନର ଆବଶ୍ୟକତା । ଦେଶରେ ଲକ୍‌ଡାଉନକୁ ସଫଳ କରିବା ଲାଗି ପୋଲିସ କର୍ମଚାରୀମାନଙ୍କୁ ରାତି ଦିନ ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡ଼ିଛି । ଲକ୍‌ଡାଉନକୁ ଲୋକେ ପ୍ରଥମେ ଅନାବଶ୍ୟକ ବୋଲି ଭୂଲ୍ ଧାରଣା କରିଥିବା ବେଳେ ଏବେ କରୋନା ସଂକ୍ରମଣକୁ ରୋକିବା ଲାଗି ଏହା କେତେ ଜରୁରୀ ତାହାକୁ ଏବେ ହୃଦୟଙ୍ଗମ କରିଛନ୍ତି ଜନସାଧାରଣ । ତେବେ ଡାକ୍ତର ଓ ନର୍ସ ମାନଙ୍କ ପରି କରୋନା କବଳରୁ ଦେଶବାସୀଙ୍କୁ ବଞ୍ଚାଇବାରେ ସହଯୋଗ କରିଛନ୍ତି ପୋଲିସ କର୍ମଚାରୀମାନେ । ଏବେ ଦେଶବ୍ୟାପି ସମସ୍ତ ପୋଲିସ କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠା ଏବଂ ସେବା ଲାଗି ଜନସାଧାରଣ ପ୍ରଶଂସା କରିବାକୁ ପଛାଉ ନାହାନ୍ତି । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ହରିୟାଣାର ଗୁରୁଗ୍ରାମଠାରେ ।

ମିଳିଥିବା ସୂଚନାନୁଯାୟୀ, ହରିୟାଣା ପ୍ରଦେଶ ଗୁରୁଗ୍ରାମ ଅନ୍ତର୍ଗତ ମୋଲାହେଡ଼ା ଗ୍ରାମରେ ଅନେକ ପୋଲିସ କର୍ମଚାରୀ ପାଟ୍ରୋଲିଂରେ ଯାଉଥିବା ବେଳେ ଜନସାଧାରଣ ରାସ୍ତାର ଉଭୟ ପାଖରେ ଛିଡ଼ାହୋଇ ପୋଲିସମାନଙ୍କୁ ଗୋଲାପ ପାଖୁଡ଼ା ଫିଙ୍ଗୁଥିବାର ଦୃଶ୍ୟ । ଏହି ଦୃଶ୍ୟରୁ ଗୋଟିଏ କଥା ସହଜରେ ଅନୁମେୟ ଯେ, ପୋଲିସ କର୍ମଚାରୀଙ୍କ ସେବାକୁ ଜନସାଧାରଣ ଏବେ ଉଚ୍ଚ ପ୍ରଶଂସା କରିବାରେ ଲାଗିଛନ୍ତି ।

ଏଏନଆଇ ଗଣମାଧ୍ୟମରେ ପୋଷ୍ଟ ହୋଇଥିବା ଏହି ଭିଡ଼ିଓଟି ଏବେ ସୋସିଆଲ୍ ମିଡ଼ିଆରେ ମଧ୍ୟ ବହୁଳ ଭାବେ ଭାଇରାଲ୍ ହେବାରେ ଲାଗିଛି ।

ନିଜ ଜୀବନକୁ ପାଣିଛଡ଼େଇ କରୋନା ଦାଉରୁ ସୁରକ୍ଷିତ କରିବା ଲାଗି ପୋଲିସ ବାହିନୀ ଦେଶବ୍ୟାପି ନିଜର କର୍ତ୍ତବ୍ୟକୁ ସଠିକ୍ ଭାବେ ତୁଲାଇଛନ୍ତି । ଡହଡହ ଖରାରେ ଅଖିଆ ଅପିଆ ଛିଡ଼ା ହୋଇ ପୋଲିସ ଭାଇମାନେ କରୋନା କବଳରୁ ବର୍ତ୍ତିବା ଲାଗି ସାଧାରଣ ଜନତାଙ୍କ ହିତ ଲାଗି ସେବା କରିଚାଲିଛନ୍ତି ।

Leave A Reply

Your email address will not be published.