Latest Odisha News

ଲକ୍‌-ଡାଉନ୍ ପ୍ରଭାବ: ୧୩୫ କି.ମି ଚାଲି ଘରେ ପହଂଚିଲେ ଦିନ ମଜୁରିଆ !

ମହାରାଷ୍ଟ୍ର : ସାରା ଦେଶରେ ଲକ୍‌-ଡାଉନ୍ ନିର୍ଦ୍ଦେଶ । ଘରେ ପହଂଚିବା ପାଇଁ ମହାରାଷ୍ଟ୍ରର ଜଣେ ଦିନ ମଜୁରିଆଙ୍କୁ ଚାଲିବାକୁ ପଡିଛି ୧୩୫ କି.ମି ।

ପିଟିଆଇ ରିପୋର୍ଟ ଆଧାରରେ ମହାରାଷ୍ଟ୍ରର ୨୬ ବର୍ଷୀୟ ଦିନ ମଜୁରିଆ ନରେନ୍ଦ୍ର ସିଲ୍କେ କାମ କରିବା ପାଇଁ ପୁନେ ଯାଇଥିଲେ । ଲକ୍‌-ଡାଉନ୍ ଘୋଷଣା ହେବା ପରେ ନରେନ୍ଦ୍ର ନିଜ ଗାଁ ଜାମ୍ଭକୁ ବାହାରିଥିଲେ ।

କୌଣସି ମତେ ପୁନେରୁ ନାଗପୁରକୁ ସେ ଟ୍ରେନ୍ ଯୋଗେ ପହଂଚିଥିଲେ । ହେଲେ ନାଗପୁରରୁ ନିଜ ଗାଁକୁ ଯିବା ପାଇଁ ତାଙ୍କୁ କୌଣସି ବସ୍ କିମ୍ବା ଟ୍ରେନ୍ ମିଳିନଥିଲା । ଅନ୍ୟ ଉପାୟ ନ ପାଇଁ ସେ ନାଗପୁରରୁ ନିଜ ଗାଁ ଜାମ୍ଭକୁ ଚାଲିଚାଲି ଫେରିଥିଲେ ।

କେବଳ ପାଣି ପିଇ ଦୁଇଦିନ ଧରି ଚାଲିବା ପରେ ବୁଧବାର ରାତିରେ ତାଙ୍କୁ ମୁର୍ମୁଷ ଅବସ୍ଥାରେ ସିନ୍ଧେୱାହି ପୋଲିସ ଠାବ କରିଥିଲା । ନରେନ୍ଦ୍ରଙ୍କଠାରୁ ସମସ୍ତ ଘଟଣା ଜାଣିବା ପରେ ଇନ୍ସପେକ୍ଟର ନିଶିକାନ୍ତ ରାମ୍‌ଟେକେ ତାଙ୍କୁ ହସ୍ପିଟାଲରେ ଆଡମିଟ୍ କରିବା ସହ ଘରୁ ଖାଇବା ଆଣିଦେଇଥିଲେ ।

ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ନରେନ୍ଦ୍ରଙ୍କୁ ୧୪ ଦିନ ପର୍ଯ୍ୟନ୍ତ ସଙ୍ଗରୋଧ ଅବଲମ୍ବନ କରିବାକୁ ପରାମର୍ଶ ମିଳିଛି ।

Comments are closed.