ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର କହିଛନ୍ତି ଯେ ଏହି ଲକଡାଉନ୍ କରୋନାଭାଇରସ୍ ଉପରେ ନୁହେଁ ବରଂ ଗରିବ ଲୋକଙ୍କ ଉପରେ ଆକ୍ରମଣ ଥିଲା । ଏହା ଚାକିରୀ ତଥା କ୍ଷୁଦ୍ର ବ୍ୟବସାୟକୁ ସମାପ୍ତ କରିଥିବାରୁ ଅସଂଗଠିତ କ୍ଷେତ୍ର ପାଇଁ ଏହା ଏକ ମୃତ୍ୟୁଦଣ୍ଡ ବୋଲି ପ୍ରମାଣିତ ହୋଇଛି।
ଏହି ଲକଡାଉନ୍ ଶ୍ରମିକ, କୃଷକ ଏବଂ ଛୋଟ ଦୋକାନୀ, ଅସଂଗଠିତ କ୍ଷେତ୍ର ଉପରେ ଏକ ଆକ୍ରମଣ ଥିଲା । ସଂପ୍ରତି ପରିସ୍ଥିତି ରେ ଏହି ଜିନିଷ କୁ ହୃଦୟଙ୍ଗମ କରି ଏହା ବିରୁଦ୍ଧରେ ସମସ୍ତଙ୍କୁ ଠିଆ ହେବାର ବାର୍ତ୍ତା ଦେଇଛନ୍ତି ।
କରୋନା ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା ଲକଡାଉନ୍ ଉପରେ ଏକ ଭିଡିଓ ସିରିଜରେ ଗାନ୍ଧୀ ଏକଥା କହିଛନ୍ତି ।
Comments are closed.